ଦେଶ

ଦିଲ୍ଲୀରେ ପୁଣି ହଜାରେ ପଜିଟିଭ

ନୂଆଦିଲ୍ଲୀ: ଲକଡାଉନ କୋହଳ ହେବା ପରଠାରୁ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାରର ନିକଟରେ ପହଞ୍ଚି ଯାଇଛି।

ଆଜି ଗୋଟିଏ ଦିନରେ ଦିଲ୍ଲୀରେ ୧୦୦୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୯୪୩ରେ ପହଞ୍ଚି ଯାଇଛି।

ସେହିପରି ୨୪ ଘଣ୍ଟାରେ କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୭୪କୁ ବୃଦ୍ଧି ପାଇଛି। ପ୍ରାୟ ୧୧ ହଜାର ଲୋକ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

[ad_2]
Show More
Back to top button