ଦିନକରେ ୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୧୭୫ରେ ପହଞ୍ଚିଲା

ଭୁବନେଶ୍ୱର(ସତ୍ୟଶିଖା): ଆଜି ଗୋଟିଏ ଦିନରେ ରାଜ୍ୟରେ ୬ ‘କରୋନା’ ଚିହ୍ନଟ ହୋଇଛନ୍ତି। ସେଥିରେ ବାଲେଶ୍ୱରରୁ ୩, ସୁନ୍ଦରଗଡ଼, ଗଞ୍ଜାମ ଓ କଟକରୁ ଜଣେ ଲେଖାଏଁ ଅଛନ୍ତି। ଇଏ ସମସ୍ତଙ୍କର କୋଲକାତା ଓ ସୁରତ ଲିଙ୍କ ରହିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ରେ ପହଞ୍ଚିଛି। ଏନେଇ କୋଭିଡ୍‌ ୱେବସାଇଟ୍‌ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ

ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ଜଣେ ‘କରୋନା’ ଚିହ୍ନଟ ହୋଇଥିଲେ। ଅପରାହ୍ନରେ ବାଲେଶ୍ୱରରୁ ୩, କଟକ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ‘କରୋନା’ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି। କଟକ ଓ ଗଞ୍ଜାମ ଜିଲ୍ଲାର କରୋନା ଆକ୍ରାନ୍ତରଙ୍କର ସୁରତ ଲିଙ୍କ ରହିଛି। ଏବେ ସମସ୍ତଙ୍କ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହାଛଡ଼ା ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।

ସୂଚନାରୁ ପ୍ରକାଶ, ଆଜି ସୁଦ୍ଧା ରାଜ୍ୟରେ କରୋନାରେ ୧୭୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୧୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

[ad_2]
Exit mobile version