ଧର୍ମରାଜ୍ୟସାହିତ୍ୟ ଓ ସଂସ୍କୃତି
ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର ଆସନ୍ତା ୪ରୁ ଖୋଲିବ


ସତ୍ୟଶିଖା ୦୨/୦୧/୨୦୨୧ : ଆସନ୍ତା ୪ ତାରିଖରେ ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବ । ଏ ନେଇ ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସେପଟେ ଆସନ୍ତାକାଲି ଖୋଲିବାକୁ ଯାଉଛି ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରା ତାରିଣୀଙ୍କ ମନ୍ଦିର । ଭକ୍ତ ମନ୍ଦିରକୁ ଯିବାବେଳେ ସମସ୍ତ କୋରନା କଟକଣା ମାନିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଦୀର୍ଘ ୧୦ମାସ ପରେ ଠାକୁର ଓ ଭକ୍ତଙ୍କ ମଧ୍ୟରେ ହେବ ସାକ୍ଷାତ। ଭକ୍ତଙ୍କ ମନ ବ୍ୟାକୁଳ କହିଲେ ନସରେ । କେତେବେଳେ ମନ୍ଦିର ଯିବୁ, ଠାକୁରଙ୍କୁ ଦର୍ଶନ କରିବୁ । ସମସ୍ତ କରୋନା କଟକଣା ମାନି ଠାକୁର ଦର୍ଶନ କରି ପୂଜାର୍ଚ୍ଚନା କରିବୁ ବୋଲି କହିଛନ୍ତି ଭକ୍ତ । ସେପଟେ ମନ୍ଦିର କମିଟି ମଧ୍ୟ ଖୁସି ଜାହିର କରିଛନ୍ତି । ଜିଲ୍ଲା ପ୍ରଶାସନର ସମସ୍ତ କରୋନା କଟକଣା ମାନି ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ କରି ପୂଜାର୍ଚ୍ଚନା କରିବାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ଦିର କମିଟି କର୍ତ୍ତୃପକ୍ଷ କହିଛନ୍ତି ।