ଦେଶ

ଦିଦିଙ୍କ ଆହ୍ୱାନ, ସ୍ୱୀକାର କଲେ ମୋଦି

ନୂଆଦିଲ୍ଲୀ: ମହାବାତ୍ୟା ଅମ୍ଫାନରେ ବଦଳିଯାଇଛି ପଶ୍ଚିମବଙ୍ଗର ଚିତ୍ର। ୬ ଘଣ୍ଟା ଧରି ଲଗାତାର ୧୨୫ରୁ ୧୩୫ କିଲୋମିଟର ବେଗର ପବନ ବହିବା ପରେ ପଶ୍ଚିମବଙ୍ଗର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଏଥିର ୭୨ ଜଣ ଲୋକ ଏଯାବତ ମୃତ୍ୟୁ ବରଣ କରିଥିବା କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥରେ ଆସି ତାଣ୍ଡବର ଚିତ୍ର ଦେଖିଯିବା ଦରକାର ବୋଲି ମମତା ଆହ୍ୱାନ କରିଥିଲେ। ଆଉ ଦିଦି ଆହ୍ୱାନ କରିବାର କିଛି ସମୟ ପରେ ମୋଦି ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଏ ନେଇ ପିଏମଓ ଟୁଇଟ୍ କରି ସୂଚନା ଦେଇଛି।

ଓଡ଼ିଶାର ମଧ୍ୟ ଅମ୍ଫାନ୍ ଅନେକ ଅଞ୍ଚଳକୁ ପ୍ରଭାବିତ କରିଛି। ହେଲେ ପଶ୍ଚିମବଙ୍ଗ ତୁଳନାରେ କମ୍। ତେଣୁ ପ୍ରଥମେ ମୋଦି ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ଜଣାପଡ଼ିଛି। ତା’ପରେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। କରୋନା ସଂକ୍ରମଣ ପାଇଁ ଦେଶ ଲକଡାଉନ୍ ରହିଛି। ଲକଡାଉନ୍ ବେଳେ ପ୍ରଥମଥର ପାଇଁ ବିମାନ ସାହାଯ୍ୟରେ ମୋଦି କୋଲକାତା ଗସ୍ତ କରିବେ ବୋଲି ଜଣାପଡ଼ିଛି।

ଅମ୍ପନ ତାଣ୍ଡବରେ କୋଲକାତାର ମେଦିନିପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଆଦିର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ବାତ୍ୟା ପର ସ୍ଥିତି ପୁନରୁଦ୍ଧାର ନେଇ ନବାନ୍ନ ହାଉସରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ରାତି ତମାମ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଥିବାବେଳେ କୋଲକାତାରେ ୧୫ ଏବଂ ଦକ୍ଷିଣ ୨୪ ପ୍ରଗଣାରେ ୧୮ ଜଣଙ୍କ ପ୍ରାଣହାନୀ ହୋଇଥିବା ମମତା କହିଛନ୍ତି। ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ମମତା ଘୋଷଣା କରିଛନ୍ତି।



[ad_2]

Show More
Back to top button