[ad_1]

ନୂଆଦିଲ୍ଲୀ ୧୫/୦୩ : ୟେସ ବ୍ୟାଙ୍କ ପ୍ରମୋଟର
ରାଣା କପୁର ଏବଂ ତାଙ୍କ ପରିବାର ଦଲାଲି ଟଙ୍କା ହଡପ କରିବା ପାଇଁ କେବଳ ୭୮ ଟି କମ୍ପାନୀ ଖୋଲି
ନଥିଲେ ବରଂ ଭାରତ ଏବଂ ବିଦେଶରେ ୪୦ରୁ ଅଧିକ ଜାଗାରେ ସମ୍ପତ୍ତି ନିବେଶ କରିଥିଲେ | ପ୍ରବର୍ତ୍ତନ ନିର୍ଦେଶାଳୟ ଯାଞ୍ଚ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି | ବିଦେଶରେ ନିବେଶ କରିଥିବା ଏହି ସମ୍ପତ୍ତିର କାଗଜପତ୍ର ସମ୍ବନ୍ଧରେ କେନ୍ଦ୍ରୀୟ
ଏଜେନ୍ସି ପତା ଲଗାଇଛି | ଇଡିରୁ ମିଳିଥିବା ସୂଚନା ଅନୁଯାୟୀ, ରାଣା କପୁର କିଣିଥିବା ୪୦ ସମ୍ପତ୍ତି ମଧ୍ୟରୁ ୨୮ ସମ୍ପତ୍ତି ଭାରତରେ ହିଁ ରହିଛି
| ଏମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ପତ୍ତି ଦିଲ୍ଲୀ ଏବଂ
ଭିଆଇପି ଲୁଟିୟାନ ଜୋନରେ ରହିଛି | ଅନ୍ୟ ୧୨ ସମ୍ପତ୍ତି ଲଣ୍ଡନ ଓ ଆମେରିକାରେ
ରହିଛି |
ଇଡି ସୂଚନା ଅନୁଯାୟୀ, ଲଣ୍ଡନ ଓ ଆମେରିକାରେ ରାଣା କପୁରଙ୍କ ପରିବାର ହୋଟେଲ ଓ କ୍ଲବମାନଙ୍କରେ ପୁଞ୍ଜି
ନିବେଶ କରିଛି | ଅଧିକ ସଂଖ୍ୟକ ରିୟଲ ଇଷ୍ଟେଟ ଓ ହସ୍ପିଟାଲିଟି
ସହାୟକ କମ୍ପାନୀ ରହିଛି | ଇଡି ଅଭିଯୋଗ କରିଛି ଯେ, ୟେସ ବ୍ୟାଙ୍କ ବିଭିନ୍ନ କମ୍ପାନୀଗୁଡିକୁ କୋଟି କୋଟି ଟଙ୍କା ଋଣ ଦେଇଛି |
ସେମାନଙ୍କ ମଧ୍ୟରେ ଅନେକ ଆର୍ଥିକ ସଂସ୍ଥା ରହିଛି |
ରାଣା କପୁର କମ୍ପାନୀମାନଙ୍କ ସହ ଷଡଯନ୍ତ୍ର ରଚିଥିଲା
ଏବଂ ନିଜ ପତ୍ନୀ ଓ ଝିଅ ଦ୍ୱାରା ପୁଞ୍ଜି ନିବେଶ କରାଇଥିଲା ବୋଲି ଇଡି ଅଭିଯୋଗ କରିଛି |
ଯାଞ୍ଚ ଏଜେନ୍ସି ଅନୁଯାୟୀ, ଗତ କିଛି ବର୍ଷ ହେଲା ୟେସ ବ୍ୟାଙ୍କରୁ ଋଣ କରିଥିବା କମ୍ପାନୀଗୁଡିକୁ ଦ୍ୱାରା
କପୁର ପରିବାର ସଂଚାଳ କରୁଥିବା କମ୍ପାନୀକୁ ୪୦୦୦ କୋଟି ଟଙ୍କା ଲାଭ ହୋଇଥିଲା |
ସୂଚନାଯୋଗ୍ୟ ଯେ, ସଙ୍କଟରେ ଥିବା ୟେସ ବ୍ୟାଙ୍କ ୧୮ ହଜାର ୫୬୪ କୋଟି ଟଙ୍କା କ୍ଷତି ହୋଇଥିବା ୨୦୧୯
ମସିହା ଡିସେମ୍ବର ମାସରେ ସୂଚନା ଦେଇଥିଲା | ଗତବର୍ଷ ବ୍ୟାଙ୍କ
୧୦୦୦ କୋଟି ଟଙ୍କା ଲାଭ କରିଥିଲା ଏବଂ ସେପ୍ଟେମ୍ବର ମାସରେ ୬୨୯ କୋଟି ଟଙ୍କା କ୍ଷତି କରିଥିଲା |
[ad_2]
Source link