ରାଜ୍ୟ

ଥାନା ପରିସରରେ ବିଷ ପିଇଥିବା ଯୁବକଙ୍କ ମୃତ୍ୟୁ

ନିଆଳି (ବିନୟ ମିଶ୍ର): ଥାନା ପରିସରରେ ବିଷ ପିଇଦେଇଥିବା ଯୁବକଙ୍କର ଆଜି କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ

ନିଆଳି ଥାନା ପୁଲିସ ଅଶୋକ ଦାସଙ୍କ ଧାନକଳ ଉପରେ ଚଢ଼ଉ କରି ୭ ପେଟି ମଦ ଜବତ କରିଥିଲା। ଏହି ଘଟଣାରେ ଅଶୋକଙ୍କୁ ପୁଲିସ ଗିରଫ କରିଥିଲା। ୧୨ ଦିନ ଜେଲ୍‌ରେ ରହିବା ପରେ ବେଲ୍‌ରେ ବାହାରି ଥିଲେ ଅଶୋକ। ଯାହାକୁ ନେଇ ସେ ମାନସିକ ଚାପରେ ଥିଲେ।

ଗତ ରବିବାର ଦିନ ଅଶୋକ ଥାନା ସମ୍ମୁଖକୁ ଯାଇ ବିଷ ପିଇଦେଇଥିଲେ। ସ୍ଥାନୀୟ ଲୋକେ ଓ ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

[ad_2]
Show More
Back to top button