‘ଥାନାକୁ ନଯାଇ ଫୋନ୍‌ରେ କରିହେବ ଅଭିଯୋଗ’

ଭୁବନେଶ୍ୱର(ସତ୍ୟଶିଖା): ‘କରୋନା’ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ କୌଣସି ବ୍ୟକ୍ତି ଅଭିଯୋଗ କରିବା ପାଇଁ ଥାନା ବା ଏସ୍‌ପି ଅଫିସ୍‌ ଯିବା ସମ୍ଭବପର ନାହେଁ। ସେଥିପାଇଁ ରାଜ୍ୟ ପୁଲିସ ସ୍ୱତନ୍ତ୍ର ପଦକ୍ଷେପ ନେଇଛି। ଲୋକମାନେ ଥାନାକୁ ନଯାଇ ନିଜର ଅଭିଯୋଗ ଟେଲିଫୋନ୍‌ ମାଧ୍ୟମରେ ଥାନାରେ କରିପାରିବେ। ଏଥିଲାଗି ସମସ୍ତ ଜିଲ୍ଲା ପୁଲିସ ହେଡ୍‌କ୍ୱାର୍ଟର ଓ ଥାନାରେ ଥିବା ଫୋନ୍‌ ବ୍ୟବସ୍ଥାକୁ ଅପଗ୍ରେଡ୍‌ କରାଯାଇଛି। ପୁଲିସ କର୍ମଚାରୀ ଫୋନ୍‌ ରିସିଭ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ପୁଲିସ ପାଖରେ ୫୦୦ରୁ ଅଧିକ ହେଲ୍‌ପଲାଇଲନ୍ ନମ୍ବର ରହିଛି। ଏହି ସବୁ ହେଲ୍‌ପଲାଇନ୍‌ ନମ୍ୱର ଓଡ଼ିଶା ପୁଲିସ ୱେବସାଇଟ୍‌ରେ ଉପଲବ୍ଧ ରହିଛି। ଏନେଇ ଆଜି ଡିଜିପି ଅଭୟ ସମସ୍ତ ଏସ୍‌ପି ଓ ଡିସିପିଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ

‘କରୋନା’ ମୁକାବିଲା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ପୁଲିସର କାର୍ଯ୍ୟ ବଢ଼ିଯାଇଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଉଲ୍ଲଘଂନ ପରି ଯେଉଁମାନେ ବାହାରେ ବୁଲୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୁଲିସ। ଏପରିକି କେତେକ ସ୍ଥାନରେ ନିୟମ ଉଲ୍ଲଘଂନକାରୀଙ୍କୁ ସ୍ପଟ୍‌ରେ ଦେଣ୍ଡ ଦେଉଥିବା ଦେଖିବାକୁ ମିଳିଛି। ତେବେ ‘କରୋନା’ର ଭୟାବହତାକୁ ଦେଖିଲେ ଏହି ଦଣ୍ଡ କିଛି ନୁହେଁ। ସେଥିପାଇଁ ପୁଲିସର ଏପରି ପଦକ୍ଷେପକୁ କେତେକ କ୍ଷେତ୍ରରେ ରାଜ୍ୟବାସୀ ସ୍ୱାଗତ କରୁଛନ୍ତି।



[ad_2]

Exit mobile version