ରାଜକୋଟ: ଗୁଜରାଟର ରାଜକୋଟରେ ଭୂମିକମ୍ପ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଛି। ଏ ନେଇ ସୂଚନା ଦେଇଛି ନ୍ୟାଶନାଲ ସେଣ୍ଟର ଫର୍ ସେଇସମୋଲୋଜି। ରାତି ୮:୧୩ରେ ଏହି ଭୂକମ୍ପ ହୋଇଥିବା ସୂଚନା ରହିଛି। ଗୁଜୁରାଟର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ର ରହିଥିଲା ବୋଲି କୁହାଯାଉଛି। ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଅଧିକ କୌଣସି ସୂଚନା ଏ ବାବଦରେ ମିଳିନାହିଁ।
An earthquake of magnitude 5.8 struck 122 km north-northwest (NNW) of Rajkot, Gujarat at 8:13 pm today: National Center for Seismology (NCS) pic.twitter.com/xHBfnim0OY
— ANI (@ANI) June 14, 2020
ସୂଚନାଯୋଗ୍ୟ, ବିଗତ ଦୁଇ ମାସରେ ଦିଲ୍ଲୀ ଏନସିଆରରେ ୧୨ରୁ ଅଧିକ ଥର ଭୂମିକମ୍ପ ହୋଇଛି। ଖାଲି ଏତିକି ନୁହେଁ, ଦେଶର ବିଭିନ୍ନ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି।
[ad_2]