ସତ୍ୟଶିଖା ୦୬/୦୮/୨୦୨୫: ଏକ ଜାଇଲୋ ଗାଡ଼ିରେ ୧୨ ଗୋରୁ ବେଆଇନ୍ ଭାବେ ଆନନ୍ଦପୁରରୁ ଭଦ୍ରକ ଆସୁଥିଲେ । ଏହି ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକମାନେ ଉକ୍ତ ଗାଡ଼ିକୁ ପିଛା କରିଥିଲେ । ଏମିତିକି ଗାଡ଼ିକୁ ଏସକର୍ଟ ଦେଉଥିବା ଲୋକଙ୍କ ସହ ସ୍ଥାନୀୟଲୋକମାନଙ୍କ ପାଟିତୁଣ୍ଡ ହୋଇଥିଲା । ପରେ ବାଲୁଅ ଛକ ନିକଟରେ ଗାଡ଼ିକୁ ଅଟକାଇବା ସହ ଭଙ୍ଗାରୁଜା ହୋଇଥିଲା । ଏହାପରେ ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ । ଅନ୍ୟପଟେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଥିବାରୁ ଗ୍ରାମାଞ୍ଚଳ ପୋଲିସ ଷ୍ଟେସନ ପକ୍ଷରୁ ଏକ ଟିମ୍ ମୁତୟନ କରାଯାଇଛି ।
ଥମୁନି ବେଆଇନ୍ ଗୋରୁ ଚାଲାଣ ।
