ତିରୁପତିରୁ ଆସିଲା ପ୍ରବାସୀ ଟ୍ରେନ୍, ଓହ୍ଲାଇଲେ ୬୯୯ ଯାତ୍ରୀ


ରାଉରକେଲା (ପବନ ତିୱାରୀ): ତିରୁପତିରୁ ଆସିଲା ପ୍ରବାସୀ ଟ୍ରେନ୍। ସେଥିରେ ଓଡ଼ିଶାର ୧୧ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଓ ବିହାର ରାଜ୍ୟର ୬୯୯ ପ୍ରବାସୀ ଆସିଥିଲେ। ରାଉରକେଲା ଷ୍ଟେସନ୍ରେ ଟ୍ରେନ୍ ପହଞ୍ଚିବା ପରେ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି।
ଆହୁରି ପଢ଼ନ୍ତୁ
କୋଭିଡ୍-୧୯ ଲକଡାଉନ୍ ଯୋଗୁ ତାମିଲନାଡୁ ରାଜ୍ୟର ତିରପୁରରେ ଫସି ରହିଥିବା ପ୍ରବାସୀମାନେ ଓଡ଼ିଶା ଫେରିଛନ୍ତି। ଆଜି ସକାଳେ ସେମାନଙ୍କ ଟ୍ରେନ୍ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ୍ରେ ଆସିଥିବା ୬୯୯ ଯାତ୍ରୀଙ୍କ ଭିତରୁ ସୁନ୍ଦରଗଡ଼ରୁ ୭୨ ଜଣ ଆସିଥିଲେ। ଏହାଛଡ଼ା ଉକ୍ତ ଟ୍ରେନ୍ରେ ଦେବଗଡ଼ରୁ ୬, ନୟାଗଡ଼ରୁ ୧୪, ଝାରସୁଗୁଡ଼ାରୁ ୯, କଟକରୁ ୬, ସମ୍ୱଲପୁରରୁ ୧, ପୁରୀରୁ ୪୨, ଭଦ୍ରକରୁ ୯୧, କେନ୍ଦୁଝରରୁ ୯୧, ମୟୂରଭଞ୍ଜରୁ ୩୬, ବାଲେଶ୍ୱରରୁ ୭୬, କେନ୍ଦ୍ରାପଡ଼ାରୁ ୫୩, ଗଞ୍ଜାମରୁ ୧୧୩, ଖୋର୍ଦ୍ଧାରୁ ୧୧, ଯାଜପୁରରୁ ୧୮, ଢେଙ୍କାନାଳରୁ ୬, ଜଗତସିଂହପୁର ୧୫, ଅନୁଗୋଳରୁ ୬, ପଶ୍ଚିମବଙ୍ଗରୁ ୨ ଓ ବିହାରରୁ ୨ ଜଣ ଆସିଥିଲେ।