ରାଜ୍ୟ

ତାମିଲନାଡ଼ୁରୁ ଆସିଲା ଉପକରଣ, ସ୍ଥାପନ ହେବ ମେଡିକାଲ ଲ୍ୟାବ୍‌

ଭୁବନେଶ୍ୱର(ସତ୍ୟଶିଖା): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଏବେ ଦୈନିକ ଏକ ହଜାରରୁ ଅଧିକ ନମୂନା ପରୀକ୍ଷଣ ସୁବିଧା ଓ ପ୍ରାୟ ୨୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର ଏବେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ମେଡିକାଲ ଲ୍ୟାବ୍ ପ୍ରସ୍ତୁତ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ତାମିଲନାଡ଼ୁରୁ ଭାରତୀୟ ବାୟୁସେନାର ୨ଟି ବିମାନରେ ମେଡିକାଲ ସରଞ୍ଜାମ ଅଣାଯାଇଛି।

ଆହୁରି ପଢ଼ନ୍ତୁ

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁସେନାର ୨ଟି ସ୍ୱତନ୍ତ୍ର ବିମାନରେ ମେଡିକାଲ ସରଞ୍ଜାମ ଓଡ଼ିଶା ଅଣାଯାଇଛି। ବିମାନରେ ୧୯ଜଣଙ୍କ ସହ ୩୫୦୦ କିଲୋ ଓଜନର ସରଞ୍ଜାମ ଆସିଛି । ତାମିଲନାଡୁରୁ ଆସୁଥିବା ଉକ୍ତ ସରଞ୍ଜାମରେ ଭୁବନେଶ୍ୱରରେ ‘କୋଭିଡ୍‌-୧୯’ ଭାଇରସର ମୁକାବିଲା ପାଇଁ ମେଡିକାଲ ଲ୍ୟାବ୍ ସ୍ଥାପନ କରାଯିବ।

ରାଜ୍ୟରେ ଏବେ ଆର୍‌ଏମ୍‌ଆସି, ଏମ୍ସ ଓ ଏସ୍‌ସିବିରେ କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଉଛି। ବଢ଼ୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ବ୍ରହ୍ମପୁର ଏମ୍‌କେସି ମେଡିକାଲ୍ ଓ ବୁର୍ଲା ମେଡିକାଲ୍‌ରେ ଏଣିକି ପରୀକ୍ଷା ନେଇ କେନ୍ଦ୍ରକୁ ନିବେଦନ କରିଛନ୍ତି ରାଜ୍ୟ ସରକାର। ଏପ୍ରିଲ୍ ୧୦ ସୁଦ୍ଧା ଦୈନିକ ହଜାରେ ସାମ୍ପଲ ଟେଷ୍ଟ ପାଇଁ ଲକ୍ଷ୍ୟ ରଖାଯାଇଥିବା ଗତକାଲି କହିଥିଲେ କୋଭିଡ-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

[ad_2]
Show More
Back to top button