ଦେଶ

ତାମିଲନାଡୁରେ ୧୩ ହଜାର ଡେଇଁଲା କରୋନା ଆକ୍ରାନଙ୍କ ସଂଖ୍ୟା, ପୁଣି ୭୪୩ ପଜିଟିଭ

ଚେନ୍ନାଇ: ଧୀରେଧୀରେ କରୋନା ଯୋଗୁ ତାମିଲନାଡୁ ସ୍ଥିତି ବେକାକୁ ହେବାରେ ଲାଗିଛି। ଆଜି ଗୋଟିଏ ଦିନରେ ୭୪୩ଟି କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ପାର କରିଛି।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ତାମିଲନାଡୁରେ ୧୩,୧୯୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ରାଜ୍ୟରେ କରୋନା ୩ ଜଣଙ୍କ ମୁଣ୍ଡ ନେଇଛି କରୋନା।

ଆହୁରି ପଢ଼ନ୍ତୁ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଗୋଟିଏ ଦିନରେ ୯୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫,୮୮୨ରେ ପହଞ୍ଚି ଯାଇଛି। ଏବେ ବିଭିନ୍ନ ହସ୍ପିଟାଲରେ ୭,୨୧୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଆଜି ଚେନ୍ନାଇରେ ୫୫୭, ଚେଙ୍ଗାଲପାଟୁରେ ୫୮ ଓ ଥିରୁଭାଲ୍ଲୁରରେ ୨୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

[ad_2]
Show More
Back to top button