ତାମିଲନାଡୁକୁ ଘାରିଛି ଚେନ୍ନାଇ ଚିନ୍ତା | Satyasikha

ଚେନ୍ନାଇ: କରୋନାର ହଟସ୍ପଟରେ ତାମିଲନାଡୁର ରାଜଧାନୀ ଚେନ୍ନାଇ। ବିଗତ ୨୪ ଘଣ୍ଟାରେ ତାମିଲନାଡୁରେ ୧,୯୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୧,୪୧୫ ଜଣ ଚେନ୍ନାଇର। ଏଯାବତ ରାଜ୍ୟରେ ଚିହ୍ନଟ ହୋଇଥିବା ୪୪,୬୬୧  ଆକ୍ରାନ୍ତଙ୍କ ମଧ୍ୟରୁ ଚେନ୍ନାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୯୬ ରହିଛି। ଯାହାକି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ

ସେହିପରି ମୃତକଙ୍କ ସଂଖ୍ୟା ମିଶାଇଲେ ମୋଟ୍ ମୃତ୍ୟୁ ସଂଖ୍ୟା ୪୩୫ ହୋଇଛି। ତେବେ ଏହି ୨୪ ଘଣ୍ଟାରେ ୧,୧୩୮ ଜଣ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ନୂଆ ଡିସଚାର୍ଜ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ୍ ଆରୋଗ୍ୟ ସଂଖ୍ୟା ୧୯,୬୭୬ ହୋଇଛି। ତେବେ ୧୨ ବର୍ଷ ମଧ୍ୟରେ ଥିବା ଛୋଟ ଛୁଆ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୭୦ ହୋଇଛି।

[ad_2]
Exit mobile version