ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ‘ଦି ୱାଲ୍’ ଭାବେ ଭାବେ ପରିଚିତ ରାହୁଲ୍ ଡ୍ରାଭିଡ୍ ନିଜର ଅନ୍ତର୍ଜାତୀୟ କ୍ୟାରିୟରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ସେ ଯେଉଁ ମାଇଲଖୁଣ୍ଟ ହାସଲ କରିଛନ୍ତି, ତାହା ଅସାଧାରଣ। ଭାରତର ସବୁଠାରୁ ଭରସାଯୋଗ୍ୟ ବା ମିଷ୍ଟର୍ ଡିପେଣ୍ଡେବଲ୍ ଭାବେ ପ୍ରଖ୍ୟାତ ଡ୍ରାଭିଡ୍ ନିଜ ଟେଷ୍ଟ କ୍ୟାରିୟରରେ ୧୬୪ ମ୍ୟାଚ୍ ଖେଳି ୧୩,୨୮୮ ରନ୍ କରିଛନ୍ତି। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ କରିବାରେ ଡ୍ରାଭିଡ୍ ଦ୍ୱିତୀୟରେ ଅଛନ୍ତି। ବିଶେଷକରି ଟେଷ୍ଟ କ୍ରିକେଟରେ ଡ୍ରାଭିଡ୍ ଏଭଳି କିଛି ରେକର୍ଡ କରିଛନ୍ତି, ଯାହା ଅସାଧାରଣ। ଏହି କାରଣରୁ ଇଂଲଣ୍ଡର ପୂର୍ବତନ ଅଫ୍ ସ୍ପିନର୍ ଗ୍ରେମ୍ ସ୍ୱାନ୍ ଡ୍ରାଭିଡଙ୍କୁ ନିଜ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆଖ୍ୟା ଦେଇଛନ୍ତି। ତେଣୁ ଆସନ୍ତୁ ଜାଣିବା, ଡ୍ରାଭିଡଙ୍କର ସେହି ୫ ରେକର୍ଡ, ଯାହାକୁ ଭାଙ୍ଗିବା ପ୍ରାୟତଃ ଅସମ୍ଭବ।
ଟେଷ୍ଟରେ ସର୍ବାଧିକ ବଲ୍ ଖେଳିଥିବା ବ୍ୟାଟ୍ସମ୍ୟାନ୍: ଟେଷ୍ଟ କ୍ରିକେଟରେ ସର୍ବାଧିକ ବଲ୍ ସାମ୍ନା କରିବାର ରେକର୍ଡ ଡ୍ରାଭିଡଙ୍କ ନାଁରେ ରହିଛି। ଡ୍ରାଭିଡ୍ ଭାରତୀୟ ବ୍ୟାଟିଂକ୍ରମ ତୃତୀୟ ସ୍ଥାନରେ ବ୍ୟାଟିଂ କରି ଇତିହାସ ରଚିଛନ୍ତି। ତାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ୩୧,୨୫୮ ବଲ୍ ସାମ୍ନା କରିବାର ରେକର୍ଡ ରହିଛି, ଯାହା ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍ ଏହି କୀର୍ତ୍ତିମାନ ପର୍ଯ୍ୟନ୍ତ ପହଞ୍ଚିପାରି ନାହାନ୍ତି। ସେ ଟେଷ୍ଟ କ୍ରିକେଟରେ ୩୬ ଶତକ ଏବଂ ୬୩ ଅର୍ଦ୍ଧଶତକ ମାରିଛନ୍ତି। ଟେଷ୍ଟରେ ଡ୍ରାଭିଡଙ୍କ ସର୍ବାଧିକ ସ୍କୋର ୨୭୦ ରନ୍ ରହିଛି। ସୂଚନାଯୋଗ୍ୟ, ଡ୍ରାଭିଡ୍ ନିଜ ଟେଷ୍ଟ କ୍ୟାରିୟରରେ ୨୮୬ ଇନିଂସରେ ବ୍ୟାଟିଂ କରିଛନ୍ତି।
ଆହୁରି ପଢ଼ନ୍ତୁ
ଫିଲ୍ଡର୍ ଭାବେ ସର୍ବାଧିକ କ୍ୟାଚ୍ ଧରିବାର ରେକର୍ଡ: ଡ୍ରାଭିଡ୍ ନିଜ କ୍ୟାରିୟରରେ ସ୍ଲିପରେ ଚମତ୍କାର ଫିଲ୍ଡିଂ କରୁଥିଲେ। ସେ ଟେଷ୍ଟ କ୍ୟାରିୟରରେ ମୋଟ ୨୧୦ କ୍ୟାଚ୍ ଧରିଛନ୍ତି। ଡ୍ରାଭିଡଙ୍କ ପଛକୁ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ରହିଛନ୍ତି, ଯିଏ ନିଜ ଟେଷ୍ଟ କ୍ୟାରିୟରରେ ମୋଟ ୨୦୫ କ୍ୟାଚ୍ ନେଇଛନ୍ତି। ଡ୍ରାଭିଡଙ୍କ ଏହି ରେକର୍ଡ ମଧ୍ୟ ଅଦ୍ୱିତୀୟ ରହିଛି, ଯାହାକୁ ଭାଙ୍ଗିବା ଅସମ୍ଭବ।