ନ୍ୟୁଜ୍ବାଣିଜ୍ୟ

କୋଭିଡ୍ ସଙ୍କଟରେ ବି ବୃଦ୍ଧିପାଇଛି ରିୟଲ ଇଷ୍ଟେଟ୍ କାରବାର

ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୦୧/୨୦୨୧ : ବର୍ଷ ୨୦୨୦ରେ କରୋନା ଜନିତ ସଙ୍କଟ କାରଣରୁ ପ୍ରାୟ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି । କିନ୍ତୁ ରିୟଲଇଷ୍ଟେଟ୍ ବା ଜମିବାଡ଼ି କିଣାବାକା କ୍ଷେତ୍ର ଏହି ବର୍ଷ ବେଶ୍ ଭଲ ରହିଥିଲା । ଏହାର କାରଣ ହେଉଛି ୨୦୨୦ରେ ବିକ୍ରି ହୋଇଥିବା ଘର ସଂଖ୍ୟା ନଅ ପ୍ରତିଶତ ହ୍ରାସ ପାଇଥିଲା, ଯାହା ବିଲ୍ଡର ବା ନିର୍ମାଣକାରୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଥିଲା । ପୂର୍ବ ବର୍ଷର ଚତୁର୍ଥ ତ୍ରୈମାସିକରେ ନୂତନ ଘର ଯୋଗାଣ ଏବଂ ଏହାର ବିକ୍ରିରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବା ଦେଖିବାକୁ ମିଳିଥିଲା । ହାଉସିଂ ବ୍ରୋକର ସଂସ୍ଥା ପ୍ରପଟିଗର୍ ‘ରିଅଲ୍ ଇନ୍ସାଇଟ୍ କ୍ୟୁ-୪ ୨୦୨୦’ ନାମରେ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଦେଶର ଆଠଟି ପ୍ରମୁଖ ସହରର ହାଉସିଂ ବଜାର ସ୍ଥିତିକୁ ବିଶ୍ଳେଷଣ କରାଯାଇଛି ।

ରିପୋର୍ଟ ଅନୁସାରେ, ୩୧ ଡିସେମ୍ୱର ୨୦୨୦ପର୍ଯ୍ୟନ୍ତ ଏହି ସହର ଗୁଡ଼ିକରେ ବିକ୍ରି ହୋଇପାରିନଥିବା ଫ୍ଲାଟ୍ ସଂଖ୍ୟା ୭.୧୮ ଲକ୍ଷ ଥିଲା । ଏହି ସହର ଗୁଡ଼ିକରେ ପୂର୍ବ ବର୍ଷ ଡିସେମ୍ୱର ମାସରେ ୭.୯୨ ବିକ୍ରି ହୋଇପାରିନଥିବା ଫ୍ଲାଟ୍ ରହିଥିଲା । ଚଳିତ ବର୍ଷ ଅକ୍ଟୋବରରୁ ଡିସେମ୍ୱର କ୍ୱାର୍ଟର ମଧ୍ୟରେ ଫ୍ଲାଟ୍ ଗୁଡ଼ିକର ବିକ୍ରି ୬୮ ପ୍ରତିଶତ ବୃଦ୍ଧି ପାଇ ୫୮,୯୧୪ ୟୁନିଟ୍ରେ ପହଞ୍ଚିଥିଲା । ଏହି ସମୟରେ ପଡ଼ୁଥିବା ପର୍ବ ପର୍ବାଣିରେ ରିହାତି କରାଣରୁ ବିକ୍ରି ବୃଦ୍ଧି ପାଇଥିଲା ।ରିପୋର୍ଟରେ କୁହାଯାଇଛି ଯେ ଗତ ବର୍ଷ ସମ୍ପୂର୍ଣ୍ଣ କାମ ଶେଷ ହୋଇଥିବା ଘର ଗୁଡ଼ିକର ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ତେବେ ଘର କାମ ଶେଷ କରିବାକୁ ନିଆଯାଇଥିବା ସମୟ ଦୃଷ୍ଟିରୁ ହାଇଦ୍ରାବାଦରେ ପରିସ୍ଥିତି ସର୍ବୋତ୍ତମ ରହିଛି । ଏଥି ସହିତ ଦିଲ୍ଲୀ-ଏନସିଆରରେ ସବୁଠାରୁ ଖରାପ ପରିସ୍ଥିତି ରହିଥିବା ଦେଖିବାକୁ ମିଳିଛି ।

Show More
Back to top button