ଡାଲି ପାଇଁ ବାପ-ପୁଅ କଳି, ତା’ପରେ ନେଲେ ଚରମ ନିଷ୍ପତ୍ତି


ଭବାନୀପାଟଣା (ରାଜକୁମାର ସିଂହଦେବ): ଆଜି ମଧ୍ୟାହ୍ନରେ ସାମାନ୍ୟ ଡାଲି ପାଇଁ ବାପ-ପୁଅଙ୍କ ଭିତରେ କଳି ହୋଇଥିଲା। ଆଉ ଏହା ପରେ ବାପା ନେଇ ଥିଲେ ଚରମ ଚିଷ୍ପତ୍ତି। ପୁଅ ଉପରେ ରାଗି ବିଷ ପିଇ ଦେଇଥିଲେ। ଏକଥା ଜାଣିପାରି ପୁଅ ମଧ୍ୟ ବିଷ ପିଇ ଦେଇଥିଲେ। ମେଡିକାଲ୍ ଯିବା ରାସ୍ତାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଆଜି ଏମିତି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରେ ଘଟିଛି।
ଆହୁରି ପଢ଼ନ୍ତୁ
ମଦନପୁର ରାମପୁର ଥାନା ଦୁଟା ଗାଁରେ ଦୀନବନ୍ଧୁ ଦାସ ଆଜି ମଧ୍ୟାହ୍ନରେ ଖାଉଥିଲେ। ଏହି ସମୟରେ ଡାଲି ପାଇଁ ଦୀନବନ୍ଧୁ ଓ ତାଙ୍କ ପୁଅ ହନୁମାନଙ୍କ ମଧ୍ୟରେ ଅଝଟ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦୀନବନ୍ଧୁ ଘରେ ଥିବା ବିଷ ପିଇ ଦେଇଥିଲେ। ବାପା ବିଷ ପିଇ ଦେଇଥିବା ଜାଣି ପୁଅ ହନୁମାନ ମଧ୍ୟ ବିଷ ପିଇ ଦେଇଥିଲେ। ସାହି ପଡ଼ିଶା ଓ ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ନେଉଥିଲେ। ହେଲେ ଅଧା ବାଟରେ ଉଭୟଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା। ଭବାନୀପାଟଣା ମେଡିକାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଆହୁରି ପଢ଼ନ୍ତୁ
[ad_2]