ଡାକ୍ତରଙ୍କୁ ମିଳୁନି ଦରମା, ଯୁଦ୍ଧ କଥା ମନେପକାଇ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: “ଯୁଦ୍ଧ ବେଳେ ଆପଣ କେବେ ହେଲେ ସୈନ୍ୟମାନଙ୍କୁ ଅସନ୍ତୋଷ ପ୍ରକାଶ କରିବାକୁ ବାଧ୍ୟ କରନ୍ତୁ ନାହିଁ। ସେମାନଙ୍କ ପାଇଁ ଅଧିକ କିଛି କରନ୍ତୁ ଓ ଅଧିକ ତ୍ୱରିତ ଉପାୟରେ ଟଙ୍କା ଖର୍ଚ୍ଚ କରି ପ୍ରଥମେ ସେମାନଙ୍କ ଅଭିଯୋଗ ଶୁଣନ୍ତୁ।” ଆଜି କରୋନା ଯୁଦ୍ଧର ସମ୍ମୁଖରେ ରହି ଲୋକଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଦରମା ନ ମିଳିବା ପ୍ରସଙ୍ଗର ଶୁଣାଣି କରି ଏଭଳି କଥା କହିଛନ୍ତି ସୁପ୍ରିମକୋର୍ଟ।

ତେବେ କୋର୍ଟ କହିଛନ୍ତି, ଦରମା ନେଣଦେଣ ସମ୍ପର୍କରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ। ହେଲେ ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ସହ ମିଶି ବିବାଦର ସମାଧାନ କରିବା ଦରକାର।

ଆହୁରି ପଢ଼ନ୍ତୁ

ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ ହେଁ ସେମାନଙ୍କୁ ଠିକ ଭାବେ ଦରମା ମିଳୁନାହିଁ ଓ କିଛି ସ୍ଥାନରେ ଦରମା କାଟ କରାଯାଉଥିବା ଅଭିଯୋଗ ହୋଇଥିଲା। ଏନେଇ ଏକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ଏହାର ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସଞ୍ଜୟ କିଷନ କୌଲ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ସରକାର ଯୋଦ୍ଧା ମାନଙ୍କ ଅଭିଯୋଗ ତୁରନ୍ତ ସମାଧାନ କରିବା ଦରକାର।

କରୋନା ବିରୋଧରେ ଲଢ଼େଇ ଚାଲିଛି। ହେଲେ ଏହି ଯୁଦ୍ଧରେ କେବେ ହେଲେ ଆମେ ଯୋଦ୍ଧାଙ୍କୁ ଅସନ୍ତୋଷ ପ୍ରକାଶ କରିବାକୁ ସୁଯୋଗ ଦେବା ଠିକନୁହେଁ। ଏହାକୁ ଦେଶ କେବେ ହେଲେ ଅନୁମତି ଦେବନାହିଁ। ଆମେ ଦେଖୁଛୁ ବିଭିନ୍ନ ହସ୍ପିଟାଲ ପକ୍ଷରୁ ଡାକ୍ତରଙ୍କୁ ଦରମା ମିଳୁନି।

ଡାକ୍ତରମାନେ ଧାରଣାକୁ ଓହ୍ଲାଉଛନ୍ତି। ଦିଲ୍ଲୀର ତ ୩ ମାସ ହେଲାଣି ଡାକ୍ତରଙ୍କୁ ଦରମା ମିଳୁନି। ସମସ୍ତେ ଏଥିପ୍ରତି ଯତ୍ନବାନ ହେବା ଦରକାର। ଏଥିରେ କୋର୍ଟଙ୍କ ହସ୍ତକ୍ଷେପ ଜରୁରୀ ନୁହେଁ। କେନ୍ଦ୍ର ସରକାର ଆହୁରି କିଛି କରିବାକୁ ପଡ଼ିବ। ଯୋଦ୍ଧାଙ୍କ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ ହେବ। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଗୋଟିଏ ସପ୍ତାହ ପରେ ହେବ।

[ad_2]
Exit mobile version