ମୁମ୍ୱାଇ: ସାରା ଦେଶ ଏବେ ଲକ୍ଡାଉନ୍। କରୋନା ମୁକାବିଲା କରିବା ପାଇଁ ଦେଶ ଏବେ ଡାକ୍ତର ଏବଂ ନର୍ସଙ୍କ ଭରସାରେ। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ଓ ନର୍ସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରୁଛନ୍ତି। ସେହିପରି ଜନତା କର୍ଫ୍ୟୁ ବେଳେ ଡାକ୍ତର, ପୁଲିସ ଏବଂ ସାମ୍ୱାଦିକଙ୍କ ପାଇଁ ଦେଶବାସୀ ତାଳି, ଥାଳି ଓ ଘଣ୍ଟି ବଜାଇଥିବା ବେଳେ ଏଆଇଏମଆଇଏମ୍ ବିଧାୟକ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହିତ ଧମକ ଦେଇଛନ୍ତି।
ମହାରାଷ୍ଟ୍ର ମାଲେଗାଁଓର ଏଆଇଏମଆଇଏମ ବିଧାୟକ ମୁପ୍ତି ମହମ୍ମଦ ଇସମାଇଲ୍ ଡାକ୍ତର କିଶୋର ଡାଙ୍ଗେଙ୍କ ସହିତ ଖରାପ ବ୍ୟବହାର କରିବା ସହିତ ମାଡ଼ ପିଟ୍ କରି ଗିରଫ ହୋଇଛନ୍ତି। ହସ୍ପିଟାଲରେ ଡାକ୍ତର ଥିବା ବେଳେ ବିଧାୟକ ଏବଂ ତାଙ୍କ ସମର୍ଥକମାନେ ଆସି ଡାକ୍ତର ଏବଂ ସହଯୋଗୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ମାଡ଼ ପିଟ୍ କରିବା ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଏହି ଘଟଣା ମାର୍ଚ୍ଚ ୨୩ ତାରିଖର। ଏ ନେଇ କିଛି ଜାତୀୟ ଗଣମାଧ୍ୟମ ୨୬ ତାରିଖ ଦିନ ବିଧାୟକ ମୁଫତିଙ୍କ ଦାଦାଗିରିର ଭିଡିଓ ଫୁଟେଜ ପ୍ରସାରଣ କରିଥିଲେ। ଏହାପରେ ଥାନାରେ ହସ୍ପିଟାଲ କତ୍ତୃପକ୍ଷ ଏତଲା ଦେବା ପରେ ପୁଲିସ ବିଧାୟକ ମୁଫତିଙ୍କୁ ଗିରଫ କରିଛି।
#Exclusive | We did not attack any doctors. The hospital authorities should’ve been more courteous: Maulana Mufti Ismail tells TIMES NOW over the brawling incident in a hospital in Malegaon, Maharashtra. | #IndiaBattlesCoronavirus pic.twitter.com/LqzuUCEryZ
— TIMES NOW (@TimesNow) March 26, 2020
ଆହୁରି ପଢ଼ନ୍ତୁ
ବିଧାୟକ ମୁଫତି କହିଛନ୍ତି, ୪ରୁ ୫ ଜଣ ସନ୍ଦିଗ୍ଧ କରୋନାଙ୍କୁ ନେଇ ହସ୍ପିଟାଲକୁ ଆସିବାକୁ ଚାହୁଁଥିଲେ ବିଧାୟକ। ଏହା ପୂର୍ବରୁ ସେ ଡାକ୍ତରଙ୍କ ସହ କଥା ହେବାକୁ ଚାହୁଁଥିଲେ। ହେଲେ ଡାକ୍ତର ବ୍ୟସ୍ତ ଅଛନ୍ତି କାମ ସରିଲେ ସେ ଫୋନ୍ କରିବେ ବୋଲି ଡାକ୍ତର କିଶୋର ଡାଙ୍ଗେଙ୍କ ସହଯୋଗୀ ବିଧାୟକଙ୍କୁ ଫୋନରେ କହିଥିଲେ। ଏହାପରେ ଡାକ୍ତରଙ୍କ ତରଫରୁ ଫୋନ୍ ଯାଇନଥିଲା।
ଶେଷରେ ବିଧାୟକ ମୁଫତି ଏବଂ ତାଙ୍କ ସମର୍ଥକମାନେ ହସ୍ପିଟାଲ ଭିତରେ ପଶି ଡାକ୍ତରଙ୍କୁ ଖରାପ ବ୍ୟବହାର କରିବା ସହିତ ଧମକ ଦେଖାଇଥିଲେ। ଏମିତିକି ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀଙ୍କୁ ବିଧାୟକ ଏବଂ ତାଙ୍କ ସମର୍ଥକ ମାଡ଼ ମାରିଥିବା ଦେଖିବାକୁ ମିଳିଛି।
[ad_2]