ରାଜ୍ୟ

ଡାଏରୀ ଖୋଲିବ ଗୁମର ! ସରକାରଙ୍କ ବିରୋଧରେ ଏପରି ଲେଖିଥିଲେ ଆଦିତ୍ୟ

ଭୁବନେଶ୍ୱର(ସତ୍ୟଶିଖା): “ସରକାରଙ୍କ ବିରୋଧରେ ଯିବାକୁ ହେଲେ ସେପରି ସମ୍ବଳ ଥିବା ଦରକାର। ନ ହେଲେ ଶାନ୍ତିରେ ରହିବାକୁ ଦେବନି ସରକାର।” ତେଣୁ ଯେକୌଣସି ପରିସ୍ଥିତିରେ ବି ସରକାରଙ୍କ ବିରୋଧରେ ଯିବାକୁ ବାରଣ କରିଥିଲେ ଆଦିତ୍ୟ। ଏପରି ବହୁତ କଥା ନିଜ ଡାଏରୀରେ ଲେଖିଛନ୍ତି ମୋଟିଭେସନାଲ ସ୍ପିଚ୍ ଦେଉଥିବା ଆଦିତ୍ୟ ଦାସ।

ଆତ୍ମହତ୍ୟା ବିରୋଧରେ ସୋଶାଲ ମିଡିଆରେ ମୋଟିଭେସନାଲ ସ୍ପିଚ୍ ଦେଉଥିବା ଆଦିତ୍ୟଙ୍କ ମୃତଦେହ ଗତକାଲି ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ଉଦ୍ଧାର ହୋଇଥିଲା। ଆଦିତ୍ୟଙ୍କୁ ଜାଣିଥିବା ଲୋକେ କିନ୍ତୁ ସେ ଆତ୍ମହତ୍ୟା କରିଥିବା ଘଟଣାକୁ ସହଜେ ବିଶ୍ୱାସ କରିପାରୁ ନାହାନ୍ତି। ଫଳରେ ଏହାକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି।

ଆଦିତ୍ୟଙ୍କ ଜଣେ ସମ୍ପର୍କୀୟ ଭାଇ ମଧ୍ୟ  ତାଙ୍କର ଏପରି ପଦକ୍ଷେପକୁ ସହଜେ ବିଶ୍ୱାସ ଗ୍ରହଣ କରିପାରୁ ନ ଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ସେ ସୁଇସାଇଡ କରିବା ପିଲା ନୁହେଁ ବୋଲି ଦମ୍ଭୋକ୍ତିର ସହ କହୁଥିବା ବେଳେ ଆଦିତ୍ୟଙ୍କ ଏକ ଡାଏରୀ  ତାଙ୍କ ନିକଟରେ ଥିବା ପ୍ରକାଶ କରିଛନ୍ତି। ସେଥିରେ ବିଭିନ୍ନ ବିଷୟରେ ଉଲ୍ଲେଖ ଥିବା ବେଳେ ସରକାରଙ୍କ ବିରୋଧରେ ଯିବାକୁ ବାରଣ କରିଥିବା ଖୋଦ ଆଦିତ୍ୟ ଲେଖିଥିଲେ। ଉକ୍ତ ଡାଏରୀକୁ ସେ ପୁଲିସ୍‌କୁ ହସ୍ତାନ୍ତର କରିବେ, ଯାହାଦ୍ୱାରା ତଦନ୍ତ ପ୍ରକ୍ରିୟା ଆଗେଇ ପାରିବ ବୋଲି କହିଛନ୍ତି।

ସେ କହିଛନ୍ତି, “ଭାଇ  ନିଜ ମନ କଥା ସବୁବେଳେ ମୋତେ କହୁଥିଲେ । ହେଲେ ସେ ଏପରି ପଦକ୍ଷେପ ନେବା ସମ୍ପର୍କରେ ମୁଁ କୌଣସି ସୁରାଗ ପାଇପାରି ନ ଥିଲେ। ବାହାଘର ପରଠୁ ମାସେ ହେବ ଭାଇ ଆଶ୍ରମକୁ ଆସି ନ ଥିଲେ। କିନ୍ତୁ ଫୋନ୍‌ରେ ଯୋଗାଯୋଗରେ ଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ଥରେ ଫୋନ୍‌ କରି ଆଶ୍ରମ ସମ୍ଭାଳିବାକୁ କହିଥିଲେ। ବାପାମା’ଙ୍କ ଧ୍ୟାନ ରଖିବା ସହ ଆଶ୍ରମ କଥା ବୁଝିବାକୁ ମଧ୍ୟ କହିଥିଲେ। ହେଲେ କାରଣ ପଚାରିବାରୁ ବ୍ୟବସାୟରେ ମନୋନିବେଶ କରିବେ ବୋଲି କହିଲେ।”

ଆଦିତ୍ୟ ମଦ ବିରୋଧି ଅଭିଯାନ ଚଳାଇଥିବାରୁ ଆଦିତ୍ୟଙ୍କ ସମେତ ତାଙ୍କ ନିକଟକୁ ମଧ୍ୟ ବିଭିନ୍ନ ନମ୍ବରରୁ ବହୁ ଧମକପୂର୍ଣ୍ଣ କଲ୍‌ ଆସିଥିବା କହିଛନ୍ତି ସମ୍ପର୍କୀୟ ଭାଇ। ଏନେଇ ଆଦିତ୍ୟ ପୁଲିସ୍‌କୁ ଅବଗତ କରାଇଥିଲେ।

ଆହୁରି ପଢ଼ନ୍ତୁ

ଗତମାସ ୯ ତାରିଖରେ ଆଦିତ୍ୟ କଟକ ଖପୁରିଆରେ ବିବାହ କରିଥିଲେ । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ଲାଗି ରହିଛି ସସପେନ୍ସ । ରେଲୱେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମାଜସେବୀ ଆଦିତ୍ୟ ଦାସଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ଧୀରେ ଧୀରେ ଗୁମର ଫିଟୁଛି। ସାନ ଭାଇ ମୁତାବକ ଆଦିତ୍ୟଙ୍କୁ ଫୋନ୍‌ରେ ମିଳୁଥିଲା ହତ୍ୟା ଧମକ #AdityaDash #ManabPremi #AdityaDeath #Bhubaneswar #Odisha #OdishaReporter

satyasikha यांनी वर पोस्ट केले मंगळवार, ७ जुलै, २०२०

 

ଆହୁରି ପଢ଼ନ୍ତୁ



[ad_2]

Show More
Back to top button