ବେଜିଂ: ଚୀନର ଜେଜିଆଙ୍ଗ ପ୍ରାନ୍ତରେ ଟ୍ୟାଙ୍କର ବିସ୍ଫୋରଣ କରିବାରୁ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭୨ରୁ ଅଧିକ ଆହତ ହୋଇଛନ୍ତି। ଏ ନେଇ ଜେଜିଆଙ୍ଗ ପ୍ରଶାସନ ସୂଚନା ଦେଇଛି। ପେଟ୍ରୋଲିୟମ ଭର୍ତ୍ତି ଟ୍ୟାଙ୍କରଟି ଜେଜିଆଙ୍ଗର ଲିଅନଘସାନ ଗାଁରେ ଛିଡ଼ା ହୋଇଥିଲା। କୌଣସି କାରଣରୁ ହଠାତ୍ ଟ୍ୟାଙ୍କରଟି ବିସ୍ଫୋରଣ କରିଥିବା ଚୀନର ଖବର ସରବାରହ ସଂସ୍ଥା ଜିନହୁଆ କହିଛି।
ଆହୁରି ପଢ଼ନ୍ତୁ
ସେହିପରି ଆଉ ଶେଙ୍ଗୟାଙ୍ଗ-ହାଇକୋ ଏକ୍ସପ୍ରେସୱେ ନିକଟରେ ଆଉ ଏକ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଏକ ଓ୍ୱାର୍କସପ ଏବଂ ଘର ଭୁଶୁଡ଼ି ପଡ଼ିବାରୁ ବିସ୍ଫୋରଣ ହୋଇଥିବା ସୂଚନା ରହିଛି।
ଏହାପରେ ସେହି ସ୍ଥାନରୁ ୨,୬୬୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ୧୫୧ଟି ଗାଡ଼ି ଏବଂ ୩୦ଟି ବଡ଼ ବଡ଼ ମେସିନକୁ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଓ୍ୱେନଲିଙ୍ଗର ଉପ ମେୟର ଜୁ ମିଙ୍ଗଲିଆନ୍ କହିଛନ୍ତି। ସେହିପରି ଆହତଙ୍କ ଚିକିତ୍ସା ପାଇଁ ୬୩୦ ସ୍ୱାସ୍ଥ୍ୟ କର୍ମୀ ପଠାଯାଉଥିବା ସୂଚନା ରହିଛି।