ଆରୋଗ୍ୟ ହେଲେ ୨୦୩ ‘କରୋନା’ ଆକ୍ରାନ୍ତ


ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟର ଆଉ ୨୦୩ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ମୋଟ୍ ୪୯୪୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
4 from Angul
3 from Dhenkanal
2 each from Bolangir & Jagatsinghpur
1 each from Deogarh & SundargarhThe total recovered cases of #Odisha now stand at 4946.
(2/2)— H & FW Dept Odisha (@HFWOdisha) June 29, 2020
ଆହୁରି ପଢ଼ନ୍ତୁ
ଆଜି ସୁସ୍ଥ ହୋଇଥିବା ୨୦୩ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ସର୍ବାଧିକ ୬୦ ଜଣ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି। ସେହିପରି ଗଜପତିରୁ୨୦, ଖୋର୍ଦ୍ଧାରୁ ୧୯, କଟକରୁ ୧୮, ଭଦ୍ରକରୁ ୧୪, କେନ୍ଦୁଝରରୁ ୧୩, ନୟାଗଡ଼ରୁ ୧୨, ମୟୂରଭଞ୍ଜରୁ ୧୦, ଯାଜପୁରରୁ ୯, ବାଲେଶ୍ୱରରୁ ୮, କେନ୍ଦ୍ରାପଡ଼ାରୁ ୭, ଅନୁଗୋଳରୁ ୪, ଢେଙ୍କାନାଳରୁ ୩; ବଲାଙ୍ଗିର ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ; ଦେବଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୪୯୪୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଜି ସୁଦ୍ଧା ରାଜ୍ୟରେ ୬୮୫୯ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯୧୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ୭ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।
ଆହୁରି ପଢ଼ନ୍ତୁ
[ad_2]