ଟ୍ରମ୍ପଙ୍କ ନାଁରେ ଜାରି ହେଲା ଗିରଫ ପରୱାନା

ୱାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ପୁଣିଥରେ ଚରମ ସୀମାରେ ପହଞ୍ଚି ଯାଇଛି। ପ୍ରଥମଥର ପାଇଁ ଇରାନ ସରକାରଙ୍କ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଅଧିକାରୀଙ୍କ ନାଁରେ ଗିରଫ ପରୱାନା ଜାରି କରାଯାଇଛି। ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହିଁ ଆମେରିକା ଡ୍ରୋନ ଷ୍ଟ୍ରାଇକ କରିଥିଲା।

ବାଗଦାଦରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଇରାନର ଜେନେରାଲ ପ୍ରାଣ ହରାଇଥିଲେ। ତେଣୁ ଇରାନ୍‌ ଆଜି ଟ୍ରମ୍ପଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିବା ସହ ତାଙ୍କୁ ଅଟକ ରଖିବାରେ ସହଯୋଗ କରିବାକୁ ଇଣ୍ଟରପୋଲକୁ ଅନୁରୋଧ କରିଛି।

ଆହୁରି ପଢ଼ନ୍ତୁ

ଇରାନ ସରକାରଙ୍କ ଓକିଲ ଅଲୀ ଅଲକ୍ୱାସିମେହର କହିଛନ୍ତି, ଟ୍ରମ୍ପ ଓ ଅନ୍ୟ ୩୦ ଜଣଙ୍କୁ ଇରାନ ପକ୍ଷରୁ ଜୁନ୍‌ ୩ ଏୟାର ଷ୍ଟ୍ରାଇକ ପାଇଁ ଦାୟୀ କରାଯାଇଛି। ଏହି ଷ୍ଟ୍ରାଇକରେ ଜେନେରାଲ କାସିମ ସୁଲେମାନିଙ୍କ ମୃତ୍ୟୁ ଘଟିଥିଲା। ଏଥିପାଇଁ ଟ୍ରମ୍ପ ଓ ଅନ୍ୟ ୩୦ ଜଣଙ୍କ ନାଁରେ ହତ୍ୟା ଓ ଆତଙ୍କବାଦ ଭଳି ଚାର୍ଜ ଲଗାଯାଇଥିଲା।

ଏବେ ସେମାନଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି। ଇରାନ ଟ୍ରମ୍ପଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ସରିବା ପରେ ବି ତାଙ୍କୁ ଗିରଫ କରିବା ପାଇଁ ଚାପ ସୃଷ୍ଟି କରିବା ଜାରି ରଖିବ। ଆମେ ଇଣ୍ଟରପୋଲକୁ ମଧ୍ୟ ଟ୍ରମ୍ପଙ୍କୁ ଅଟକ ରଖିବାରେ ସହଯୋଗ କରିବାକୁ କହିଛୁ। ଇଣ୍ଟରପୋଲ ତୁରନ୍ତ ସମସ୍ତଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ ଜାରି କରିବା ଦରକାର ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version