

ସତ୍ୟଶିଖା ୧୭ .୦୯.୨୦୨୦ : ଲଦାଖ ସୀମାରେ ଭାରତୀୟ ସେନା ଠାରୁ ବାରମ୍ୱାର ମାତ୍ ଖାଇବା ପରେ ବି କିଛି ଶିଖୁନି ଚୀନ୍ । ଏବେ ଭାରତୀୟ ସେନାଙ୍କୁ ଉସୁକାଇବାକୁ ନୂଆ ଚାଲ୍ ଚଲାଇଛି ଚୀନ୍ । ଲଦାଖର ଏଲଏସିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଉତେଜନାପୁର୍ଣ୍ଣ ସ୍ଥିତି ଲାଗି ରହିଛି । ଏହି ଅବସରରେ ପ୍ରତିଦିନ ଭାରତ ବିରୋଧରେ ନୂଆ ନୂଆ ଷଡଯନ୍ତ୍ର ରଚୁଛି ଚୀନ୍ ।
ଭାରତୀୟ ସେନାରେ ଶୀଖ୍ ଯବାନ ନିୟୋଜିତ ଥିବା ଫିଙ୍ଗର-୪ ଅଂଚଳରେ ମାଇକ୍ ଲଗାଇ ପଂଜୀବୀ ଗୀତ ବଜାଉଛନ୍ତି ଚୀନ ସେନା । ଏଲଏସିର ଚୀନ୍ ପାଶ୍ୱର୍ରେ ଥିବା ଅଂଶରେ ଏବେ ଏପରି କରୁଛନ୍ତି ଚୀନ୍ ସେନା । କେବଳ ପଂଜାବୀ ଗୀତ ନୁହଁ , ହିନ୍ଦୀ ଓ ଅନ୍ୟ ଭାରତୀୟ ଭାଷାରେ ବି ଗୀତ ବଜାଉଛନ୍ତି ଚୀନ୍ ସେନା । ଏହି ଅଂଚଳରେ ଭାରତୀୟ ସେନା ୨୪ ଘଂଟିଆ କଡ଼ା ପହରା ଦେଉଛନ୍ତି । ଚୀନ ପକ୍ଷରୁ ହେଉଥିବା ସବୁ ଯୋଜନାକୁ ପଣ୍ଡ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ଯବାନ । ସେନା ପୂର୍ବ ଅଧିକାରୀଙ୍କ ମୁତାବିକ ଏହା କୌଣସି ନୂଆ କଥା ନୁହେଁ ।