ଖେଳ

ଟୋକିଓ ଅଲିମ୍ପିକ୍ସ ପାଇଁ ବଦଳିବ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପୟନଶିପ ତାରିଖ

ଲଣ୍ଡନ: ଆସନ୍ତାବର୍ଷ ହେବାକୁ ଥିବା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନଶିପ ଗୋଟିଏ ବର୍ଷ ପାଇଁ ଘୁଞ୍ଚିବାର ଆଶଙ୍କା ପ୍ରକାଶ ପାଇଛି। କାରଣ କରୋନା ଭାଇରସ ଯୋଗୁ ଚଳିତ ବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତାବର୍ଷ ଯେଉଁ ସମୟରେ ଅଲିମ୍ପିକ୍ସ ହେବ, ସେହି ସମୟରେ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନଶିପର ତାରିଖ ପଡ଼ୁଛି।

ଆହୁରି ପଢ଼ନ୍ତୁ

ଏହି କାରଣରୁ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନଶିପକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ବ୍ୟାଡମିଣ୍ଟନ ବିଶ୍ୱ ମହାସଂଘ(ବିଡବ୍ଲୁଏଫ) ବିଚାର ଆରମ୍ଭ କରିଛି। ଏନେଇ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନଶିପର ଆୟୋଜକ ଦେଶ ସ୍ପେନ ସହ ମଧ୍ୟ ମହାସଂଘ ଆଲୋଚନା ଆରମ୍ଭ କରିଛି। ତଥାପି ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନଶିପ ୨୦୨୧ରେ ହେବ ନା ୨୦୨୨କୁ ଘୁଞ୍ଚିବ ସେକଥା ଏଯାଏ ସ୍ପଷ୍ଟ ହୋଇନାହିଁ।

[ad_2]
Show More
Back to top button