ଟି-୨୦ ବିଶ୍ୱକପ ସେମିରେ ରହିପାରେ ରିଜର୍ଭ ଡେ’

ସିଡ୍‌ନୀ: ଆସନ୍ତା ଅକ୍ଟୋବର ମାସରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ପୁରୁଷ ଟି-୨୦ ବିଶ୍ୱକପ। ତେବେ ବର୍ଷା ଅନେକ ସମୟରେ ସେମିଫାଇନାଲ ମ୍ୟାଚ୍‌ରେ ବାଧକ ସାଜୁଛି। ଫଳରେ ମ୍ୟାଚ୍‌ ନଖେଳି ମଧ୍ୟ ଗୋଟିଏ ଦଳ ଗ୍ରୁପ ପର୍ଯ୍ୟାୟ ପ୍ରଦର୍ଶନ ଭିତ୍ତିରେ ଫାଇନାଲ ଟିକେଟ ହାସଲ କରୁଛନ୍ତି। ହେଲେ ଏହି ନିୟମରେ ପରିର୍ତ୍ତନ କରିବାକୁ ଆଇସିସି ଯୋଜନା କରିଛି। ବିଶେଷ କରି କ୍ରିକେଟ ଅଷ୍ଟ୍ରେଲିଆ ପୁରୁଷ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ରିଜର୍ଭ ଡେ’ ରଖିବାକୁ ଆଇସିସି ନିକଟରେ ପ୍ରସ୍ତାବ ରଖିବ।

ଆହୁରି ପଢ଼ନ୍ତୁ

ମହିଳା ଟି-୨୦ ବିଶ୍ୱକପ ସେମି ଫାଇନାଲ ପାଇଁ ଆଇସିସି କୌଣସି ରିଜର୍ଭ ଡେ’ ରଖି ନଥିବାରୁ ଅନେକ ସମାଲୋଚନାର ଶିକାର ହୋଇଥିଲା। ବର୍ଷା ଯୋଗୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସେମି ଫାଇନାଲ ମ୍ୟାଚ୍‌ ବାତିଲ ହୋଇଥିଲା। କିନ୍ତୁ ପଏଣ୍ଟ ଭିତ୍ତିରେ ଭାରତୀୟ ମହିଳା ଦଳ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା।

ତେଣୁ ପୁରୁଷ ବିଶ୍ୱକପ ଟି-୨୦ ସେମିଫାଇନାଲରେ ଆଇସିସି ରିଜର୍ଭ ଡେ’ ରଖିବାକୁ ବିଚାର କରୁଛି। ଆସନ୍ତା ମାସରେ ଆଇସିସିର କାର୍ଯ୍ୟକାରୀ କମିଟିର ବୈଠକ ବସିବ। ଏହି ବୈଠକରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

[ad_2]
Exit mobile version