ଝାଡ଼ାବାନ୍ତିରେ ୧୫୦ ଆକ୍ରାନ୍ତ | Satyasikha

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ଅର୍ନ୍ତଗତ କରୁଆଁଝର ଗାଁରେ ୧୫୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରରୁ ୧୦ ଜଣଙ୍କୁ ବଲାଙ୍ଗିରର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନକୁ ଗାଁ ସ୍କୁଲରେ ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି।

ଆହୁରି ପଢ଼ନ୍ତୁ

କଣ ପାଇଁ ଝାଡାବାନ୍ତି ବ୍ୟାପୁଛି ତାହା ଜଣାପଡିନାହିଁ। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବା ସହ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି। ଏହାର ସହ ଗାଁରୁ ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

[ad_2]
Exit mobile version