ଜୟଦେବ ଉନାଦକଟଙ୍କ ନିର୍ବନ୍ଧ ସମ୍ପନ୍ନ

 

ନୂଆଦିଲ୍ଲୀ: ସୌରାଷ୍ଟ୍ରକୁ ପ୍ରଥମଥର ରଣଜୀ ଚାମ୍ପିୟନ୍ କରାଇଥିବା ପେସ୍ ବୋଲର ଜୟଦେବ ଉନାଦକଟଙ୍କ ଜୀବନରେ ଆଉ ଏକ ଖୁସି ଆସିଛି। ଉନାଦକଟ୍ ରବିବାର ନିର୍ବନ୍ଧ ସମ୍ପନ୍ନ କରିଛନ୍ତି। ସେ ଏ ନେଇ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ଉନାଦକଟ୍ ଉଭୟ ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ନିଜ ଭାବିପତ୍ନୀ ରିନ୍ନିଙ୍କ ସହ ଫଟୋ ଶେଆର କରିଛନ୍ତି। ଏଥିରେ ସେ କ୍ୟାପସନ୍ ଦେଇ ଲେଖିଛନ୍ତି, “୬ ଘଣ୍ଟା, ଦୁଇଟି ଭୋଜନ ଏବଂ ପରେ ଗୋଟିଏ ଭାଗ ହୋଇଥିବା ମଡ୍ କେକ୍।”

ଉନାଦକଟଙ୍କ ଭାବିପତ୍ନୀ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ଶେଷରେ ମୁଁ ମୋ ଲାଇଫ୍ ପାର୍ଟନରକୁ ପାଇ ବହୁତ ଖୁସି। ଉନାଦକଟଙ୍କ ନିର୍ବନ୍ଧ ସମାରୋହରେ ଭାରତୀୟ କ୍ରିକେଟର୍ ତଥା ସୌରାଷ୍ଟ୍ର ସାଥୀ ଖେଳାଳି ଚେତେଶ୍ୱର ପୂଜାରା ସାମିଲ୍ ହୋଇଥିଲେ। ପୂଜାରା ଉନାଦକଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୂଜାରା ଟ୍ୱିଟର୍ ହ୍ୟାଣ୍ଡଲରେ ନିଜ ପତ୍ନୀ, ଉନାଦକଟ୍ ଓ ରିନ୍ନିଙ୍କର ଫଟୋ ଶେଆର୍ କରିଛନ୍ତି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ଉନାଦକଟ୍ ନିକଟରେ ଶେଷ ହୋଇଥିବା ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କ ନେତୃତ୍ୱରେ ସୌରାଷ୍ଟ୍ର ପ୍ରଥମଥର ଲାଗି ରଣଜୀ ଟ୍ରଫି ଟାଇଟଲ୍ ଜିତିଥିଲା। ସେ ରଣଜୀ ଟ୍ରଫିରେ ୨୧ ବର୍ଷ ତଳର ରେକର୍ଡ ଭାଙ୍ଗି କୌଣସି ସିଜନରେ ସର୍ବାଧିକ ୱିକେଟ୍ ଦଖଲକାରୀ ପେସ୍ ବୋଲର ହୋଇଥିଲେ। ସେ ସେମିଫାଇନାଲ୍ ମୁକାବିଲା ସୁଦ୍ଧା ୬୫ ୱିକେଟ୍ ନେଇ ଏହି କୀର୍ତ୍ତିମାନ କରିଥିଲେ। ଏହା ପୂର୍ବରୁ ୧୯୯୮-୯୯ରେ କର୍ଣ୍ଣାଟକାର ଡୋଡା ଗଣେଶଙ୍କ ନାଁରେ ଏହି ରେକର୍ଡ ଥିଲା।

[ad_2]

Source link

Exit mobile version