ରାଜ୍ୟ

ଜେଲ୍‌ରେ ନିଶା କାରବାର; ଖୋର୍ଦ୍ଧା ପରେ ଏବେ ଝାରପଡ଼ା ପାଳି

ଭୁବନେଶ୍ୱର(ସତ୍ୟଶିଖା): ଖୋର୍ଦ୍ଧା ଜେଲ୍‌ରେ ବେଧଡ଼କ ଭାବେ ନିଶା କାରବାର ଚାଲିଥିବାର ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହୋଇଥିବା ବେଳେ ଏବେ ଝାରପଡା ଜେଲ ଭିତର ଦୃଶ୍ୟ ବାହାରକୁ ଆସିଛି। ରାଜଧାନୀ ଛାତି ଉପରେ କଡ଼ା ସୁରକ୍ଷା ବଳୟରେ ଥିବା ଝାରପଡ଼ା ଜେଲ୍‌ରେ ବହୁ ହାର୍ଡକୋର କ୍ରିମିନାଲ ଥିବା ବେଳେ ସେଠାରେ ଆଇନଶୃଙ୍ଖଳା ବ୍ୟବସ୍ଥା କିପରି ରହିଛି ତାହା ଭାଇରାଲ ହୋଇଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି।

ଜେଲ୍‌ ଭିତରେ ୨୪ ଘଣ୍ଟିଆ ପହରା ଚାଲିଥିବା ବେଳେ ଖୁଲମଖୁଲା ଚାଲିଛି ନିଶା କାରବାର। ଜେଲ ଭିତରେ ଗଞ୍ଜେଇ, ସିଗାରେଟ ଓ  ଟଙ୍କା ଦିଆନିଆର ଭିଡିଓ ଭାଇରାଲ ପରେ ଏନେଇ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜେଲର କଡ଼ା ସୁରକ୍ଷା ବଳୟ ମଧ୍ୟକୁ କିପରି ଭାବେ ଏଭଳି ନିଶା ଦ୍ରବ୍ୟ ସହ ପୁଳା ପୁଳା ଟଙ୍କା ଯାଉଛି, ତାହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି । ଏହି ଭିଡିଓ କେବେ ଓ କିଏ ଉତ୍ତୋଳନ କରିଥିଲା, ତଥା କିଭଳି ତାହା ପଦାକୁ ଆସିଲା ତାହା ସ୍ପଷ୍ଟ ହୋଇନି ।

ଝାରପଡା ଘଟଣା ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଏହାର ତଦନ୍ତ ହେବ ବୋଲି କହିଛନ୍ତି ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ।

[ad_2]
Show More
Back to top button