ଦେଶ

କରୋନା ‘ତଥ୍ୟ’ ଲୁଚାଉଛନ୍ତି କି ମମତା?

କୋଲକାତା: ‘ପଶ୍ଚିମବଙ୍ଗ ସରକାର କୋଭିଡ୍ ୧୯ ମୁକାବିଲା ପାଇଁ ଏକ ଟିମ୍ ଗଠନ କରିଛନ୍ତି। ଯଦି ଜଣେ ଆକ୍ରାନ୍ତ ଶ୍ୱାସକ୍ରିୟା ଜନିତ ରୋଗରେ ମୃତ୍ୟୁ ବରଣ କରୁଛନ୍ତି ତା’ହେଲେ ରାଜ୍ୟ ସରକାର ଏହାକୁ କରୋନା ଜନିତ ମୃତ୍ୟୁ ବୋଲି ଘୋଷଣା କରୁନାହାନ୍ତି’। ପଶ୍ଚିମବଙ୍ଗର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ସଂଘ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଏଭଳି ଅଭିଯୋଗ କରିଛନ୍ତି।

ରାଜ୍ୟରେ କରୋନାରେ ମୃତକଙ୍କ ସଂଖ୍ୟା ଏତେ କମ୍ ରହିବା ଏହାର ପ୍ରମାଣ ବୋଲି ସ୍ୱାସ୍ଥ୍ୟକର୍ମୀମାନେ ଚିଠି ଲେଖି ଜଣାଇଛନ୍ତି। ଯାହାକୁ ନେଇ ସ୍ୱାସ୍ଥ୍ୟ କର୍ମୀ ଚିନ୍ତାବ୍ୟକ୍ତ କରିଛନ୍ତି। କରୋନାକୁ ନେଇ ମମତା ବାନାର୍ଜି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ବିରୋଧରେ ବର୍ଷିଥିବା ବେଳେ ଏବେ ନିଜ ରାଜ୍ୟର ଡାକ୍ତର ତାଙ୍କ ସରକାରଙ୍କ ବିରୋଧରେ ତଥ୍ୟ ହେରଫେର ନେଇ ଅଭିଯୋଗ ଆଣିବା ମମତାଙ୍କୁ ଆଗାମୀ ଦିନରେ ଅଡୁଆରେ ପକାଇପାରେ।

ଆହୁରି ପଢ଼ନ୍ତୁ

ଡାକ୍ତର ସଂଘ ମମତାଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ‘ଗତ ସପ୍ତାହ ମଧ୍ୟରେ ପଶ୍ଚିମବଙ୍ଗର କରୋନା ରିପୋର୍ଟକୁ ନେଇ ଚିନ୍ତା କରିବାର ଆବଶ୍ୟକ ରହିଛି। ପ୍ରଥମଟି ପଶ୍ଚିମବଙ୍ଗରେ କୋଭିଡ୍ ୧୯ ପରୀକ୍ଷା କମ୍ ହେବା ଏବଂ ଦ୍ୱିତୀୟଟି କରୋନା ରୋଗୀଙ୍କ ମୃତ୍ୟୁର କାରଣକୁ ନେଇ ସଠିକ୍ ତଥ୍ୟ ନଦେବା’।

ନ୍ୟୁଜ୍ ଏଜେନ୍ସି ରଏଟର୍ସର ଏକ ରିପୋର୍ଟକୁ ଦର୍ଶାଇ ଡାକ୍ତରମାନେ କହିଛନ୍ତି, ‘ପଶ୍ଚିମବଙ୍ଗର ପ୍ରତିଦିନ ୧୦ ଲକ୍ଷ ଜନସଂଖ୍ୟାରେ ପ୍ରାୟ ୩୩.୭ ପ୍ରତିଶତ କରୋନା ପରୀକ୍ଷା ହୋଇଥିବା ବେଳେ ଜାତୀୟ ହାରରେ ଏହା ୧୫୬.୯ ପ୍ରତିଶତ ରହିଛି। ହେଲେ ପ୍ରତିଦିନ ରାଜ୍ୟ ୧୦୦୦ କରୋନା ପରୀକ୍ଷା କରିବାର କ୍ଷମତା ରହିଛି।’

ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ସମୀକ୍ଷା କରି କହିଥିଲା ଯେ ପଶ୍ଚିମବଙ୍ଗରେ ସର୍ବାଧିକ ୭ଟି ସ୍ଥାନରେ ଲକଡାଉନ୍ ନିୟମ ଉଲ୍ଲଂଘନ ହୋଇଛି। ଏଥିପାଇଁ କେନ୍ଦ୍ରୀୟ ପ୍ରତିନିଧି ପଠାଇବ ବୋଲି ଗୃହ ମନ୍ତ୍ରଣାଳୟ କହିଥିଲା। ଏହାପରେ ମମତା ଚିହିଁକି ଉଠି ରାଜନୀତିକ ମନ୍ତବ୍ୟ ରଖିଥିଲେ। ପରେ କେନ୍ଦ୍ରର ନାଲି ଆଖି ଆଗରେ ନରମିଛନ୍ତି ଦିଦି। ଏମିତିକି ରାଜ୍ୟ ସରକାର କରୋନା ଆକ୍ରାନ୍ତଙ୍କୁ ନେଇ ଭୁଲ୍ ତଥ୍ୟ ଦେଉଥିବା ପଶ୍ଚିମବଙ୍ଗ ବିଜେପି ଅଭିଯୋଗ କରିଥିଲା।

[ad_2]
Show More
Back to top button