ଦେଶ

ଜେଇଇ ମେନ ପାଇଁ ଆବେଦନ ଅବଧି ବଢ଼ିଲା

ନୂଆଦିଲ୍ଲୀ: କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ ମେନ୍‌ର ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ମେ ୧୯ ଅର୍ଥାତ ଆଜିଠାରୁ ୨୪ ତାରିଖ ଯାଏ ଛାତ୍ରଛାତ୍ରୀମାନେ ଅନଲାଇନରେ ଜେଇଇ ମେନ୍ ୨୦୨୦ ଲାଗି ନୂତନ ଭାବେ ଆବେଦନ କରିପାରିବେ।

ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। http://jeemain.nta.nic.in ବା ଜେଇଇ ମେନ୍ ଡଟ୍ ଏନଟିଏ ଡଟ୍ ଏନଆଇସି ଡଟ୍ ଇନ୍ ୱେବସାଇଟ୍‌ ଜରିଆରେ ଆବେଦନ କରାଯାଇପାରିବ। ଆବବେଦନର ଶେଷ ତାରିଖ ୨୪ ସଂଧ୍ୟା ୫ଟା ଏବଂ ସେହିଦିନ ୧୧ଟା ୫୦ ମଧ୍ୟରେ ଫି ଦାଖଲ କରିବା ଲାଗି ଶେଷ ସମୟ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ

ବିଦେଶରେ ଶିକ୍ଷାଲାଭ ପାଇଁ ଯୋଜନା କରିଥିବା ବହୁ ଛାତ୍ରଛାତ୍ରୀ ପରିବର୍ତ୍ତିତ ପରିସ୍ଥିତିରେ ଦେଶ ଭିତରେ ଅଧ୍ୟୟନ ପାଇଁ ଚାହୁଁଥିବା ଏବଂ ଜେଇଇ ମେନ୍ ପରୀକ୍ଷା ଦେବାକୁ ଆଗ୍ରହୀ ଥିବାରୁ ଏନଟିଏ ସମସ୍ତଙ୍କୁ ଆଉ ଗୋଟିଏ ଗୋଟିଏ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି।

ପୂର୍ବରୁ ଜେଇଇ ମେନ୍ ପାଇଁ ଆବେଦନ ପ୍ରକ୍ରିୟା ଶେଷ କରିନଥିଲେ ସେମାନଙ୍କ ପାଇଁ ଏହା ଏକ ସୁଯୋଗ ହୋଇ ପାରିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

[ad_2]
Show More
Back to top button