ଦେଶଶିକ୍ଷା

ଜୁଲାଇ ୩୧ ସୁଦ୍ଧା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୪୦:୩୦:୩୦ ଫର୍ମୁଲା

ସତ୍ୟଶିଖା(ନୂଆଦିଲ୍ଲୀ) ୧୭.୦୬.୨୦୨୧:ମହାମାରୀ କରୋନା ଯୋଗୁ ବାତିଲ ହୋଇଥିବା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। ଆଜି ସିବିଏସ୍‌ଇ ପକ୍ଷରୁ ଏହି ସୂଚନା ସୁପ୍ରିମକୋର୍ଟଙ୍କୁ ଦିଆଯାଇଛି। ସେହିପରି ୧୦, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପ୍ରଦର୍ଶନକୁ ଦେଖି ଛାତ୍ରଛାତ୍ରୀଙ୍କ ମାର୍କ ନିର୍ଦ୍ଧାରଣ କରାଯିବ ବୋଲି ସିବିଏସ୍‌ଇ କହିଛି।

ଆଜି ସିବିଏସ୍‌ଇ ପକ୍ଷରୁ ଜଷ୍ଟିସ ଏମଏ ଖାନୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରଙ୍କ ଖଣ୍ଡପୀଠକୁ କହିଛି ଯେ ୪୦:୩୦:୩୦ ଅନୁଯାୟୀ ପିଲାମାନଙ୍କୁ ମାର୍କ ଦିଆଯିବ। ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷାର ୪୦% ମାର୍କ, ଏକାଦଶର ୩୦ ଓ ୧୦ମ ଶ୍ରେଣୀର ୩୦% ମାର୍କକୁ ବିଚାରକୁ ନିଆଯାଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ଘୋଷଣା କରାଯିବ। ପ୍ରାଟିକାଲ୍ସ ୧୦୦ ମାର୍କ ରହିବ ଓ ସ୍କୁଲ ଦାଖଲ କରିଥିବା ରିପୋର୍ଟ ଅନୁସାରେ ପିଲାମାନଙ୍କ ମାର୍କ ଧାର୍ଯ୍ୟ କରାଯିବ ବୋଲି ସିବିଏସ୍ଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି।

ସିବିଏସ୍‌ଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କହିଛନ୍ତି, ଯଦି କୌଣସି ଶିକ୍ଷାର୍ଥୀ ଏହି ଶ୍ରେଣୀର ମୂଲ୍ୟାୟନ ପରେ ପାସ୍‌ ହେବାକୁ ଯୋଗ୍ୟତା ହାସଲ କରିପାରିବେ ନାହିଁ, ତା’ହେଲେ ସେମାନଙ୍କୁ essential repeat” or “compartment” categoryରେ ରଖାଯିବ।

ସେହିପରି ଯେଉଁମାନେ ମୂଲ୍ୟାୟନରେ ସନ୍ତୁଷ୍ଟ ହେବେନାହିଁ, ସେମାନେ ସିବିଏସ୍‌ଇ ଯେତେବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ କରିବ, ସେତେବେଳେ ଦେଇ ପାରିବେ ବୋଲି ସେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୧ ତାରିଖରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ସମ୍ପର୍କରେ ଘୋଷଣା କରିଥିଲେ।

Show More
Back to top button