ଧର୍ମପର୍ଯ୍ୟଟନରାଜ୍ୟ

କୋଭିଡ ଗାଇଡଲାଇନ ଅନୁସାରେ ଆସନ୍ତାକାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

ସତ୍ୟଶିଖା(ଭୁବନେଶ୍ୱର ) ୩୧.୦୮ .୨୦୨୧: ଆସନ୍ତା କାଲିଠୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ସମସ୍ତ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ଭକ୍ତମାନେ ଦର୍ଶନ କରିପାରେିବେ । ଏଥିପାଇଁ ଶ୍ରଦ୍ଧାଳୁ ତଥା ଭକ୍ତଙ୍କ ପାଇଁ ବିଏମସି ପକ୍ଷରୁ କୋଭିଡ ଗାଇଡ ଲାଇନ ଜାରି କରାଯାଇଛି । ଦୁଇ ଡୋଜ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ମିଳିବ । ଶ୍ରୀମନ୍ଦିର ଭଳି ଏଠାରେ ମଧ୍ୟ ଦର୍ଶନାର୍ଥୀମାନେ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ ବୋଲି କଡ଼ା ନିଦେ୍ର୍ଧଶ ରହିଛି । ବିଏମସି ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଦର୍ଶନାର୍ଥୀ ଦୁଇ ଡୋଜ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ । ଶ୍ରୀଜୀଉଙ୍କ ଗର୍ଭଗୃହକୁ ଯାଇ ଦର୍ଶନ କରିବା ନିଷେଧ କରାଯାଇଛି । ମନ୍ଦିର ଭିତରକୁ ଥରକେ ଅତି ବେଶିରେ ଶହେ ଜଣ ଭକ୍ତ ପ୍ରବେଶ କରିବେ ଓ ସିଂହଦ୍ୱାରରୁ ଆଡ଼କାଠ ପର୍ଯ୍ୟନ୍ତ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । ଭକ୍ତମାନଙ୍କଠାରୁ ସେବାୟତମାନେ କୌଣସି ପ୍ରକାର ଭୋଗରାଗ ଗ୍ରହଣ କରିପାରିବେ ନାହିଁ ଓ ବିନା ମାସ୍କରେ ମନ୍ଦିର  ଭିତରକୁ ପେବେଶ ନିଷେଧ ରହିଛି । ବିଏମସି ଦ୍ୱାରା ତିଆରି କରାଯାଇଥିବା ବ୍ୟାରିକେଡ ଭିତରେ ଧାଡ଼ିରେ ପରସ୍ପରଠାରୁ ୬ ଫୁଟ୍ ଦୂରତା ରକ୍ଷା କରି ଯିବେ । ସେବାୟତ କିମ୍ବା ଶ୍ରଦ୍ଧାଳୁ କାହାଠାରେ ବି ଥଣ୍ଡା ଓ କାଶର ଲକ୍ଷଣ ଥିଲେ, ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କର ମନ୍ଦିର ସିଂହଦ୍ୱାରରେ ର୍ଥମାଲ ସ୍କ୍ରିଂନି କରାଯିବ । ସେହିପରି ସାଂଘାତିକ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ବୟସ୍କ, ଗର୍ଭବତୀ ମହିଳା କିମ୍ବା ୧୮ ବର୍ଷରୁ କମ୍ ପିଲାମାନଙ୍କର ପ୍ରବେଶ ନିଷେଧ କରାଯାଇଅଛି । ସେହିପରି ଆରଟିପିସିଆର ନେଗେଟିଭ ରିପୋର୍ଟ ସହିତ ୨ୟ ଟିକା ନେଇଥିବା ପ୍ରମାଣପତ୍ରଧାରୀ ସେବାୟତମାନଙ୍କୁ ମନ୍ଦିରରେ ନୀତିକାନ୍ତି ପାଇଁ ଅନୁମତି ଦିଆଯିବ । ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଭକ୍ତମାନଙ୍କର ହାତ ଧୁଆ ଓ ହାତ ସାନିଟାଇଜ କରିବାର ବ୍ୟବସ୍ଥା କରାଯିବ । ମନ୍ଦିର ପରିସରରେ ପାନ, ଗୁଟଖା ଛେପ ପକାଇବା ନିଷେଧ କରାଯାଇଛି । ମନ୍ଦିର ମଧ୍ୟରେ କୌଣସି ସ୍ଥାନରେ ୨୫ ଜଣରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ ।

Show More
Back to top button