ଦେଶ
ଜୁଲାଇ ୨୭ ପରେ ଏହି ଠାରେ ଖୋଲିବ ସ୍କୁଲ!


ନୂଆଦିଲ୍ଲୀ: କରୋନା ପାଇଁ ଦୀର୍ଘ ୪ ମାସ ହେଲା ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ କେବେ ଖୋଲିବ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଏସବୁ ଭିତରେ ଆଜିଠାରୁ ଦେଶରେ ଅନଲକ-୨ ଆରମ୍ଭ ହୋଇଛି। କିନ୍ତୁ ଜୁଲାଇ ୩୧ ଯାଏ କୌଣସି ଶିକ୍ଷାନୁଷ୍ଠାନ ଖୋଲିବାର ସମ୍ଭାବନା ବହୁତ କମ।
ଆହୁରି ପଢ଼ନ୍ତୁ
ଭାରତ ସରକାରଙ୍କ ଗାଇଡଲାଇନ ପରେ ହରିଆଣା ସରକାର ଜୁଲାଇ ୨୭ ପରେ ସ୍କୁଲ ଗୁଡ଼ିକ ଖୋଲିବାର ସଙ୍କେତ ଦେଇଛନ୍ତି। ହରିଆଣା ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଗୋଟିଏ ଚିଠି ଜାରି କରାଯାଇଛି। ଏଥିରେ ଖରା ଛୁଟି ଜୁଲାଇ ୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ଯାଏ ଚାଲିବ ବୋଲି କୁହାଯାଇଛି। ଏହାର ଅର୍ଥ ରାଜ୍ୟ ସରକାର ଜୁଲାଇ ୨୭ ପରେ ସ୍କୁଲ ଖୋଲିବେ ବୋଲି ସଙ୍କେତ ଦେଇଛନ୍ତି। ତେବେ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜ ଜୁଲାଇ ୩୧ ଯାଏ ଖୋଲିବ ନାହିଁ।
ଆହୁରି ପଢ଼ନ୍ତୁ
[ad_2]