ଜୁନ ୩୦ ଯାଏ ଏହି ରାଜ୍ୟରେ ଜନସମାବେଶ ମନା

ଲକ୍ଷ୍ନୌ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମେ’ ୩ରେ ଲକଡାଉନ ଉଠିବା ପରେ ମଧ୍ୟ ରାଜ୍ୟରେ ଦୀର୍ଘ ମାସ ଧରି କଟକଣା ଓ ସାମାଜିକ ଦୂରତାକୁ ଲାଗୁ କରାଯିବ। ଏପରି କି ଜୁନ୍‌ ୩୦ ଯାଏ ରାଜ୍ୟରେ କୌଣସି ଜନସମାବେଶ କରାଯାଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସ ପକ୍ଷରୁ ଜାରି କରାଯାଇଥିବା ବିବୃତି ଅନୁଯାୟୀ, ଜୁନ୍‌ ୩୦ ଯାଏ ରାଜ୍ୟରେ କୌଣସି ପ୍ରକାରର ଜନସମାବେଶ ପାଇଁ ଅନୁମତି ନ ଦେବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେବେ ଅନୁମତି ଦିଆଯିବ ବା କଟକଣା କୋହଳ କରାଯିବ, ସେ ନିଷ୍ପତ୍ତି ସ୍ଥିତିକୁ ଦୃଷ୍ଟିରେ ରଖି ନିଆଯିବ। ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରାଜ୍ୟରେ କୌଣସି ଜନସମାବେଶ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି।

[ad_2]
Exit mobile version