ଜୁନ୍‌ ୩୦ ଯାଏ ବଢ଼ିଲା ଇନ୍‌କମ୍‌ ଟ୍ୟାକ୍ସ ଫାଇଲିଂ ଏବଂ ଆଧାର-ପାନ୍‌ ଲିଙ୍କ ଅବଧି

ନୂଆଦିଲ୍ଲୀ: ଉଭୟ ଇନ୍‌କମ୍‌ ଟ୍ୟାକ୍ସ ଫାଇଲିଂ ଏବଂ ଆଧାର-ପାନ୍‌ ଲିଙ୍କ ଅବଧି ଆସନ୍ତା ଜୁନ୍‌ ୩୦ ଯାଏ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଘୋଷଣା କରିଛନ୍ତି। ବିଳମ୍ବିତ ଫାଇଲିଂ ପାଇଁ ପୂର୍ବରୁ ୧୨% ହାରରେ ଦେୟ ଦେବାକୁ ପଡ଼ୁଥିଲା। ଏବେ ଏହା ୯%ରେ ଦେବାକୁ ହେବ।

ଆହୁରି ପଢ଼ନ୍ତୁ

ସେହିଭଳି ଆଧାର ନମ୍ବର ଓ ପାନ୍‌ ମଧ୍ୟରେ ଲିଙ୍କ ଅବଧି ଜୁନ୍‌ ୩୦ ଯାଏ ଘୁଞ୍ଚାଇବା ସହ ‘ବିବାଦ ସେ ବିଶ୍ୱାସ’ ବାବଦରେ ମଧ୍ୟ ନୂଆ ଘୋଷଣା କରିଛନ୍ତି। ଏହି ସ୍କିମ୍‌ ଅଧୀନରେ ଏବେଠାରୁ ୩୦ ଜୁନ୍‌ ଯାଏ ଅତିରିକ୍ତ ଭାବେ ୧୦% ଶୁଳ୍କ ଦେବାକୁ ପଡ଼ିବନି।

୨୦୨୦ ମାର୍ଚ୍ଚ, ଏପ୍ରିଲ, ମେ’ ପାଇଁ ଜିଏସ୍‌ଟି ରିଟର୍ଣ୍ଣ ଏବଂ କମ୍ପୋଜିସନ୍‌ ରିଟର୍ଣ୍ଣ ଅବଧି ୨୦୨୦ ଜୁନ୍‌ ୩୦ ଯାଏ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ଏହି ଅବସରରେ କହିଛନ୍ତି, “ ବିଶେଷ କରି ୫ କୋଟି ଟଙ୍କାର କମ୍‌ ବ୍ୟବସାୟ ଥିବା କମ୍ପାନୀ ଗୁଡ଼ିକ ଉପରେ ସୁଧ, ବିଳମ୍ବିତ ଦେୟ ଏବଂ ଅର୍ଥଦଣ୍ଡ ବା ପେନାଲ୍ଟି ଲାଗୁ ହେବନାହିଁ।” ବୋର୍ଡ ମିଟିଂର ବାଧ୍ୟବାଧକତା ମଧ୍ୟ ୬୦ ଦିନ ଘୁଞ୍ଚିଯାଇଛି। ସେହିଭଳି ଇନ୍‌ସଲ୍ଭେନ୍ସି ବା ଦେବାଳିଆ ପ୍ରକ୍ରିୟା ପାଇଁ ସୀମା ୧ ଲକ୍ଷରୁ ୧ କୋଟିକୁ ବୃଦ୍ଧି କରାଯାଇଛି।

[ad_2]
Exit mobile version