ବିଦେଶ

ଜୁଆ ଖେଳୁଥିବା ଗଧକୁ ଗିରଫ କଲା ପୁଲିସ, ଭିଡିଓ ଭାଇରାଲ

ଇସଲାମାବାଦ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ପାକିସ୍ତାନରେ ଏମିତି ଏକ ଘଟଣା ଘଟିଛି। ଜୁଆ ଖେଳୁଥିବା ଦର୍ଶାଇ ପୁଲିସ୍‌ ଗୋଟିଏ ଗଧକୁ ଗିରଫ କରିଛି। ଗଧ ସହ ଜୁଆ ଖେଳୁଥିବା ଆଉ ୮ ଜଣ ଅଭିଯୁକ୍ତଙ୍କୁ ବି ପୁଲିସ୍‌ ଗିରଫ କରିଛି।

ପାକିସ୍ତାନ ସାମ୍ବାଦିକ ନଇଲା ଇନାୟତ ଏ ସଂକ୍ରାନ୍ତରେ ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ସୂଚନା ଅନୁସାରେ, ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ରହୀମ ୟାର ଖାନ ସହରରେ ପୁଲିସ୍‌ ଚଢ଼ଉ କରିଥିଲା। ଏହି ସମୟରେ ଜୁଆ ଖେଳୁଥିବା ଅଭିଯୋଗରେ ୮ ଜଣ ଲୋକଙ୍କ ସମେତ ଗୋଟିଏ ଗଧକୁ ମଧ୍ୟ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ

ସେମାନଙ୍କ ଠାରୁ ନଗଦ ୧ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜବତ କରିଛି। ପୁଲିସ୍‌ ରୁଜୁ କରିଥିବା ମାମଲାରେ ଅନ୍ୟ ୮ ଜଣଙ୍କ ସହ ଗଧକୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ପୁଲିସ ଷ୍ଟେସନର ଏସଏଚଓ କହିଛନ୍ତି, ଗଧର ନାଁ ଏଫଆଇଆରରେ ଥିବାରୁ ଆମେ ତା’କୁ ଛାଡ଼ି ପାରିବୁ ନାହିଁ।

ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଥିବା ବେଳେ ଆଉ କିଛି ଲୋକ ହସିବାରେ ଲାଗିଛନ୍ତି।



[ad_2]

Show More
Back to top button