ରୋଷେଇ

ଜୁଆଣି ପତ୍ର ଚିକେନ୍‌ – Satyasikha

ଆବଶ୍ୟକ ସାମଗ୍ରୀ

ମାଂସ, ଅଦା ବଟା, ରସୁଣ ବଟା, ପିଆଜ ବଟା, ଦହି, ଲଙ୍କା, ଲୁଣ, ହଳଦି, ଜୁଆଣି ପତ୍ର ବଟା ଓ ତେଲ।

ଆହୁରି ପଢ଼ନ୍ତୁ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନ୍‌ରେ ପିଆଜ-ଅଦା-ରସୁଣ ବଟା, ଦହି, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଜୁଆଣି ପତ୍ର ପେଷ୍ଟ ଓ ରିଫାଇନ୍‌ ତେଲ ପକାଇ ଭଲ ଭାବେ ଗୋଳାନ୍ତୁ ଓ ମ୍ୟାରିନେଟ୍ ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ମ୍ୟାରିନେଟ୍‌ ଚିକେନ୍‌କୁ ପକାଇ ଭଲ ଭାବେ ଗୋଳାନ୍ତୁ। ମଝି ମଝିରେ ମାଂସକୁ ଘାଣ୍ଟନ୍ତୁ। ଅଧା କଷା ହୋଇଯିବା ପରେ ସେଥିରେ ଆଉ ଟିକେ ଜୁଆଣି ପତ୍ର ପେଷ୍ଟ ପକାନ୍ତୁ। ଚିକେନ୍‌ ଭଲ ଭାବେ କଷି ହୋଇ ସିଝିଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଜୁଆଣି ପତ୍ର ଚିକେନ୍‌’। ଏବେ ଏହାକୁ ଗରମ ଗରମ ଖା’ନ୍ତୁ ଓ ଅନ୍ୟମାନଙ୍କୁ ବି ଖୁଆନ୍ତୁ।

 

ଆହୁରି ପଢ଼ନ୍ତୁ



[ad_2]

Show More
Back to top button