ଦେଶ

ଜିଓରେ ୫୬୫୬ କୋଟିର ପୁଞ୍ଜି ନିବେଶ କରିବ ଆମେରିକା କମ୍ପାନୀ

ମୁମ୍ବାଇ: ଆମେରିକାର ପ୍ରାଇଭେଟ ଇକ୍ୟୁଟି ଫାର୍ମ ସ୍ଲିଭର ଲେକ ଭାରତର ଜିଓ ପ୍ଲାଟଫର୍ମରେ ୫,୬୫୬ କୋଟି ଟଙ୍କାର ନିବେଶ କରିବ। ଏନେଇ ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରୀ ପକ୍ଷରୁ ଘୋଷଣା କରାଯାଇଛି। ଏହାପୂର୍ବରୁ ଫେସବୁକ ମଧ୍ୟ ଜିଓରେ ୪୩,୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଥିଲା।

ଆହୁରି ପଢ଼ନ୍ତୁ

ଏହି ଅର୍ଥ ବଳରେ ଫେସବୁକ ଜିଓ ଫ୍ଲାଟଫର୍ମର ୯.୯୯% ଶେୟାର କିଣିବ। ରିଲାଏନ୍ସର ଅଧ୍ୟକ୍ଷ ତଥା ଏମଡି ମୁକେଶ ଅମ୍ବାନୀ ନୂଆ ଡିଲ ସମ୍ପର୍କରେ ଘୋଷଣା ସମ୍ପର୍କରେ କହିଛନ୍ତି, “ସମସ୍ତ ଭାରତୀୟଙ୍କ ଫାଇଦା ଦେବା ପାଇଁ ତଥା ଜିଓର ଅଭିବୃଦ୍ଧି ପାଇଁ ଏବେ ଆମେରିକା କମ୍ପାନୀ ସ୍ଲିଭର ଲେକ ପୁଞ୍ଜି ନିବେଶ କରିବାକୁ ଯାଉଛି।

ଏଥିପାଇଁ ମୁଁ ବହୁତ ଉତ୍ସାହିତ। ବିଶ୍ୱସ୍ତରରେ ଟେକ୍ନୋଲଜି କମ୍ପାନୀ କ୍ଷେତ୍ରରେ ସ୍ଲିଭର ଲେକ ବେଶ ଭଲ କାମ କରିଛି। ଏବେ ଏହି କମ୍ପାନୀ ଜିଓ ସହ ମିଶି ଏହାକୁ ଆଗକୁ ନେବ। ଏହାଦ୍ୱାରା ଭାରତୀୟମାନେ ଲାଭବାନ ହେବେ। ଭାରତର ଡିଜିଟାଲ ସୋସାଇଟର ଟ୍ରାନ୍ସଫର୍ମେସନରେ ଏହି କମ୍ପାନୀ ସହଯୋଗ କରିବ।”

[ad_2]
Show More
Back to top button