ରାଜ୍ୟ
ଜାଲ ବିଛାଇ ଫେରୁଥିଲେ ମତ୍ସ୍ୟଜୀବୀ; ବୁଡ଼ି ଗଲା ଡଙ୍ଗା


ପାରାଦୀପ (ରମାକାନ୍ତ ନାୟକ): ପାରାଦୀପରେ ଡଙ୍ଗା ବୁଡ଼ି ଆଜି ଦୁଇ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବ୍ୟତୀତ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଦ୍ୱୟ ହେଲେ ବିଭୁ ଭୂଷଣ ମହାନ୍ତି ଓ ଗୁରୁଚାନ୍ଦ ରାୟ ।
ଆହୁରି ପଢ଼ନ୍ତୁ
ଆଜି ସକାଳେ ୧୫ଜଣ ମତ୍ସ୍ୟଜୀବୀ ଏକ ଛୋଟ ଡଙ୍ଗାରେ ମାଛ ଧରିବାକୁ ମହାନଦୀ ମୁହାଣକୁ ଯାଇଥିଲେ। ସମୁଦ୍ରରେ ଜାଲ ବିଛାଇ ଫେରୁଥିବା ବେଳେ ହଠାତ୍ ଉଚ୍ଚ ଲହଡି ଆସି ଡଙ୍ଗାରେ ମାଡ଼ ହୋଇଥିଲା। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ସମୁଦ୍ର ଭିତରକୁ ଓଲଟି ପଡ଼ିଥିଲା। ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରେ ପଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ମତ୍ସ୍ୟଜୀବୀ ପହଁରି ପହଁରି ଏକ ଡଙ୍ଗାରେ କୂଳକୁ ଆସିଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।