ଜମି ରେଜିଷ୍ଟ୍ରେସନର ୬ ଘଣ୍ଟା ଭିତରେ ମିଳିଲା ପଟ୍ଟା

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଜମି ରେଜିଷ୍ଟ୍ରେସନର ୬ ଘଣ୍ଟା ମଧ୍ୟରେ ପଟ୍ଟା ମିଳିଲା। କୋରାପୁଟ ଉପନିବନ୍ଧକ କାର୍ଯ୍ୟାଳୟରେ ଜମି ମାଲିକାନା ହସ୍ତାନ୍ତରର ମାତ୍ର ୬ ଘଣ୍ଟାରେ ପରେ ଦଲିଲର ପଞ୍ଜୀକରଣ କରି ପଟ୍ଟା ପ୍ରଦାନ କରାଯାଇଛି। କୋରାପୁଟ ତହସିଲଦାର ରଞ୍ଜନ କୁମାର ମାନସେଠ୍‌ ହିତାଧିକାରୀଙ୍କୁ ଏହି ପଟ୍ଟା ପ୍ରଦାନ କରିଛନ୍ତି। କୋରାପୁଟ ଜିଲ୍ଲାରେ ଏତେ ଶୀଘ୍ର ପଟ୍ଟା ପ୍ରଦାନ ପ୍ରଥମ ଘଟଣା ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ଜମି କିଣାବିକା ପରେ କ୍ରୟ କରିଥିବା ବ୍ୟକ୍ତିଙ୍କୁ ଜମିର କାଗଜପତ୍ର ପାଇଁ ବାରମ୍ୱାର ଯିବାକୁ ପଡ଼ୁଥିଲା। ଏବେ ସେଥିରୁ ମିଳିଛି ଆଶ୍ୱସ୍ଥି। ପୂର୍ବ ପରି ଆଉ ବାରମ୍ବାର ସସବ୍‌ ରେଜିଷ୍ଟ୍ରାର ଅଫିସ ଦଉଡ଼ିବାକୁ ପଡିବନି। ସେଥିଲାଗି ରାଜସ୍ୱ ବିଭାଗ ପକ୍ଷରୁ ବ୍ୟବସ୍ଥା ହୋଇଛି। ତହସିଲଦାରଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଥିବାରୁ ଉଭୟ ହିତାଧିକାରୀ ଓ କର୍ମଚାରୀ ଖୁସି ଜାହିର କରିଛନ୍ତି। ସେପଟେ ଜମି ପଟ୍ଟା ପାଇଥିବା ହିତାଧିକାରୀ ଝରଣା ବିଶି ଏହି ସୁବିଧା ସମସ୍ତଙ୍କ ପାଖରେ ପହଞ୍ଚୁ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version