ବଡ଼ ଆଶ୍ୱସ୍ତି, କମିଲା ଅଣ ସବସିଡି ଏଲପିଜି ଦର


ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କରୋନା ଲକଡାଉନ ମଧ୍ୟରେ ସରକାର ବଡ଼ ଘୋଷଣା କରିଛନ୍ତି। ସରକାର ଆଜି ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅଣ ସବସିଡି ଯୁକ୍ତ ଗ୍ୟାସର ସିଲିଣ୍ଡର ପିଛା ଦରକୁ ୧୬୨.୫୦ କମ କରିଛନ୍ତି।
ଆହୁରି ପଢ଼ନ୍ତୁ
ଶୁକ୍ରବାର ଠାରୁ ହିଁ ଏହି ନୂଆ ଦରକାର ଲାଗୁ ହୋଇଛି। ଏହି ସଂଶୋଧିତ ଦର ପରେ ଦିଲ୍ଲୀରେ ୧୪.୨ କେଜିର ସିଲିଣ୍ଡର ଦର ୭୪୪ରୁ ହ୍ରାସ ପାଇ ୫୮୧.୫୦ରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ଗ୍ୟାସ ଦର ୭୧୪.୫୦ରୁ ହ୍ରାସ ପାଇ ୫୭୯ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ୧୪.୨ ସିଲିଣ୍ଡରର ଦର ୫୮୪.୫୦ ଓ ଚେନ୍ନାଇରେ ୪୬୯.୫୦ ଟଙ୍କା ରହିଛି।
ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଉପଲବ୍ଧ ହେଉଥିବା ୧୯ କେଜି ସିଲିଣ୍ଡର ଦର ୧୨୮୫ରୁ ହ୍ରାସ ପାଇ ୧୦୨୯.୫୦ରେ ପହଞ୍ଚିଛି।
ଏହାପୂର୍ବରୁ ଏପ୍ରିଲ ମାସରେ ଅଣ ସବସିଡି ଗ୍ୟାସର ମୂଲ୍ୟ ୬୧.୫୦ ଓ ମାର୍ଚ୍ଚ ମାସରେ ୫୩ ଟଙ୍କା ହ୍ରାସ ପାଇଥିଲା। ତେବେ ଫେବୃଆରୀ ମାସରେ ସିଲିଣ୍ଡର ପିଛା ଦର ୧୪୪.୫୦ ଟଙ୍କା ବଢ଼ିଥିଲା। ସେବେଠାରୁ ୩ ମାସ ମଧ୍ୟରେ ଗ୍ୟାସ ଦର ୨୭୭ ଟଙ୍କା ହ୍ରାସ ପାଇଲାଣି।