ଜନ୍ମଦିନରେ ମା’ଙ୍କ ଆଶୀର୍ବାଦ ନେଲେ ସଚିନ୍ ତେନ୍ଦୁଲକର, ମିଳିଲା ଖାସ୍ ଉପହାର

ମୁମ୍ବାଇ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଆଜି ୪୭ତମ ବୟସରେ ପାଦ ଥାପିଛନ୍ତି। ସଚିନ ନିଜର ଜନ୍ମଦିନର ଶୁଭାରମ୍ଭ ମା’ଙ୍କ ଆଶୀର୍ବାଦରୁ ଆରମ୍ଭ କରିଛନ୍ତି। ସଚିନ ନିଜ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ତାଙ୍କ ମା’ ମଧ୍ୟ ସଚିନଙ୍କୁ ଖାସ ଉପହାର ପ୍ରଦାନ କରିଛନ୍ତି। ସଚିନଙ୍କୁ ତାଙ୍କ ମା’ ଗଣପତି ବା ଗଣେଶଙ୍କ ସୁନ୍ଦର ମୂର୍ତ୍ତି ଉପହାର ଭାବେ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

କ୍ରିକେଟ୍ ଭଗବାନ ଭାବେ ପରିଚିତ ସଚିନ୍ କରୋନାଭାଇରସ୍ ଯୋଗୁ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ସଚିନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ମା’ଙ୍କଠାରୁ ଆଶୀର୍ବାଦ ନେଉଥିବାର ଫଟୋ ଶେଆର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ମା’ଙ୍କ ଆଶୀର୍ବାଦ ସହ ଆଜିର ଦିନ ଆରମ୍ଭ ହୋଇଛି। ସେ ମୋତେ ଗଣପତି ବାପ୍ପା (ଗଣେଶ)ଙ୍କ ମୂର୍ତ୍ତି ମଧ୍ୟ ପ୍ରଦାନ କରିଛନ୍ତି, ଯାହା ମୂଲ୍ୟବାନ୍।

ସଚିନ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପରଠାରୁ ହୁଏତ ବହୁତ କମ୍ ନିଜ ଜନ୍ମଦିନରେ ଘରେ ରହିଛନ୍ତି। କାରଣ ସଚିନ ସର୍ବଦା ନିଜର ଲମ୍ବା କ୍ରିକେଟ୍ କ୍ୟାରିୟରରେ ବ୍ୟସ୍ତ ରହୁଥିଲେ। ସାଧାରଣତ ସଚିନ ନିଜର ଜନ୍ମଦିନକୁ ଭବ୍ୟ ଆକାରରେ ପାଳନ କରନ୍ତି। କିନ୍ତୁ ଏଥର ସେ ନିଜ ଜନ୍ମଦିନକୁ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।



[ad_2]

Exit mobile version