ଗୁରୁବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l


ସତ୍ୟଶିଖା ( ଗୁରୁବାର ) ୨୪ /୧୨/୨୦୨୦ :
ମେଷ – ଆଜି ସକାଳୁ ମନରେ ଉତ୍ସାହ ଓ ଉଦ୍ଦୀପନାର ସହ ଯାତ୍ରା ଓ ବନ୍ଧୁମିଳନଜନିତ ଦିନଟି ଉପଭୋଗ୍ୟ ରହିବ । ପାରିବାରିକ ଓ କର୍ମ କ୍ଷେତ୍ରର ପରିସ୍ଥିତି ଅନୁକୂଳ ରହିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
ବୃଷ – ସ୍ଥଗିତ କାର୍ଯ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ବ୍ୟସ୍ତତା ପରିଲକ୍ଷିତ ହେବ । ମଧ୍ୟାହ୍ନରେ ବନ୍ଧୁଙ୍କ ଠାରୁ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନା କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ମିଥୁନ – ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି ଓ ଆର୍ଥିକ ଅଭିବୃଦ୍ଧି ସଙ୍ଗକୁ ବନ୍ଧୁବର୍ଗଙ୍କ ସମାଗମରେ ମନ ଖୁସି ରହିବ । ସହକର୍ମୀଙ୍କ ସହ-ଯୋଗରୁ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
କର୍କଟ – ଆଜି ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ, ଯଦ୍ଦ୍ୱାରା ଠିକ୍ ନିଷ୍ପତ୍ତି ନେବା କଷ୍ଟକର ହେବ । କମ୍ରକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
ସିଂହ – କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଆପଣ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିପାରନ୍ତି । ଆଲୋଚନା ପରିସର ଉଚ୍ଚବର୍ଗର ବ୍ୟକ୍ତି ସହ-ଯୋଗ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
କନ୍ୟା – ପାରିବାରିକ ଜୀବନରେ ସ୍ନେହ ,ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । କୌଣସି କାମ ଅଟକିବ ନାହିଁ । ଅପୂରଣୀୟ ଆଶା ପୁରଣ କ୍ଷେତ୍ରରେ ବନ୍ଧୁଙ୍କ ସହ-ଯୋଗରୁ ଉତ୍ସାହିତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ତୁଳା – ବିଭିନ୍ନ କାମରେ ସଫଳତା ହାସଲ କରିବାରୁ ମାନସିକ ସ୍ଥିତି ଭଲ ରହିବ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବ ପ୍ରକାଶରେ ପଛେଇ ଯିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ବିଛା – ଅତୀତର ଘଟଣା ସମ୍ପର୍କରେ ଚିନ୍ତାକରି ଭାରାକ୍ରାନ୍ତ ହେବେ । ଅନାବଶ୍ୟକ କଥାର ପୁନରାବୃତ୍ତିରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।
ଧନୁ – ଆଜି ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । କଠୋର ବ୍ୟବହାରରୁ ପରିବାରରେ ଅଶାନ୍ତି ଦେଖା ଦେଇପାରେ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
ମକର – କେତେକ ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ଭୁଲିଯିଇ ଚିନ୍ତିତ ରହିପାରନ୍ତି । ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ନ ହେଲେ ଉପକୃତ ହେବେ । ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବାର ଆଶା ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
କୁମ୍ଭ – ଆଜି ଆପଣଙ୍କ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବାରେ ବନ୍ଧୁବର୍ଗ ସହ-ଯୋଗ କରିବେ । କିନ୍ତୁ କୌଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ବିବ୍ରତ କରିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।
ମୀନ – ସକାଳୁ ଦୂରଯାତ୍ରା ସକାଶେ ପ୍ରସ୍ତୁତିପର୍ବ ଶେଷ କରିବାକୁ ବାଧ୍ୟ ହେବେ । ବନ୍ଧୁ ଆଗମନରେ ବିଳମ୍ବ ବିଚଳିତ କରିବ । ଭଲ ପଡୁ ନ ଥିବା ପଡୋଶୀଙ୍କ ଟୀକାଟିପ୍ପଣୀ ମନକୁ ଦ୍ୱିଧାଗ୍ରସ୍ତ କରିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।