ଜନ୍ମଦିନରେ ଅର୍ଚ୍ଚିତାଙ୍କୁ ପ୍ରଶଂସକମାନେ ଦେଲେ ସରପ୍ରାଇଜ୍


ଭୁବନେଶ୍ୱର(ସତ୍ୟଶିଖା): ଓଲିଉଡ୍ର ଚୁଲ୍ବୁଲି ନାୟିକା ଅର୍ଚ୍ଚିତା। ୧୯୯୦ ମସିହା ଜୁନ୍ ୨୯ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଅର୍ଚ୍ଚିତାଙ୍କର ୩୦ତମ ଜନ୍ମଦିନ। ୨୦୦୫ରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ‘ଓ ମାଇଁ ଲଭ୍’ ମାଧ୍ୟମରେ ସେ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଅର୍ଚ୍ଚିତା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ। ୬ବର୍ଷ ବୟସରୁ ଅର୍ଚ୍ଚିତା ଓଡ଼ିଶୀ ଶିଖୁଛନ୍ତି।
ଆଜି ଅର୍ଚ୍ଚିତାଙ୍କ ଜନ୍ମଦିନରେ ଓଲିଉଡ୍ର ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଅର୍ଚ୍ଚିତାଙ୍କର କିଛି ପ୍ରଶଂସକମାନେ ଆଜି ତାଙ୍କୁ ହାତରେ ହାପିବର୍ଥଡେ ଲେଖା ପୋଷ୍ଟର ଧରି ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି। ଯାହାର ଫଟୋ ଅର୍ଚ୍ଚିତା ତାଙ୍କ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି।
ଏଥିସହ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ପ୍ରଶଂସକ ଆଜି ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅର୍ଚ୍ଚିତାଙ୍କ ଫଟୋ ଡିସ୍ପ୍ଲେ ପିକ୍ଚର୍ ଭାବେ ଲଗାଇଥିବା ଦେଖି ଅର୍ଚ୍ଚିତା ବେଶ୍ ଖୁସି ହୋଇଯାଇଛନ୍ତି ଏବଂ ଏତେ ଭଲ ପାଇବା ପାଇଁ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି।
ଏଥିସହ ଅର୍ଚ୍ଚିତାଙ୍କ ପାଇଁ ଅଭିନେତ୍ରୀ ଭୂମିକା ଏକ ସୁନ୍ଦର ପୋଷ୍ଟ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ଭୂମିକା ଅର୍ଚ୍ଚିତାଙ୍କର ଏକ ଫଟୋ ଶେଆର କରି ଲେଖିଛନ୍ତି, ସତରେ ତୁମେ ଜଣେ ସୁପରଷ୍ଟାର୍, ତୁମ ଜୀବନଶୈଳୀରୁ ବହୁତ କିଛି ଶିଖିବାକୁ ମିଳିଛି। ମୁଁ ସବୁବେଳେ ତୁମର ଜଣେ ବଡ ପ୍ରଶଂସକ ହୋଇ ରହିବି।
ସୂଚନାଯୋଗ୍ୟ, ‘ବାଏ ବାଏ ଦୁବାଇ’, ‘ପିଲାଟା ବିଗିଡି ଗଲା’, ‘ମୁଁ ଏକା ତୁମର’, ‘ଅଜବ ସଞ୍ଜୁର ଗଜବ ଲଭ୍’, ‘ଲୋଫର୍’, ‘ଜଷ୍ଟ ମହୋବ୍ବତ’, ‘ସ୍ମାଇଲ୍ ପ୍ଲିଜ୍’, ‘ବାବୁ ଆଇ ଲଭ୍ ୟୁ’ ଆଦି ଫିଲ୍ମରେ କାମ କରିଛନ୍ତି ଅର୍ଚ୍ଚିତା।
The post ଜନ୍ମଦିନରେ ଅର୍ଚ୍ଚିତାଙ୍କୁ ପ୍ରଶଂସକମାନେ ଦେଲେ ସରପ୍ରାଇଜ୍ appeared first on satyasikha.
[ad_2]