ଦେଶ

ଜନତା କର୍ଫ୍ୟୁକୁ ମାନି ଧାରଣାସ୍ଥଳରୁ ହଟିଲେ ଶାହୀନବାଗର ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧାନ ଆଇନ (ସିଏଏ) ଏବଂ ଏନଆରସିକୁ ବିରୋଧ କରି ଦିଲ୍ଲୀ ଶାହୀନବାଗରେ ବସିଥିବା ଆନ୍ଦୋଳନକାରୀ ଆଜି ଆନ୍ଦୋଳନ ସ୍ଥଳ ଖାଲି କରିଛନ୍ତି। ହେଲେ ପ୍ରତିକାତ୍ମକ ଭାବରେ ନିଜ ନିଜର ଜୋତା ରଖିଛନ୍ତି ଆନ୍ଦୋଳନକାରୀ। ଜନତା କର୍ଫ୍ୟୁକୁ ସମର୍ଥନ କରି ସ୍ଥାନ ଛାଡ଼ିଥିବା କହିଛନ୍ତି। ଦୀର୍ଘ ତିନିମାସରୁ ଅଧିକ ଦିନ ହେବ ଏହି ଆନ୍ଦୋଳନକାରୀ ଶାହୀନବାଗରେ ଧାରଣାରେ ବସିଛନ୍ତି।

ବିଶ୍ୱ ମହାମାରୀ କରେନା ଭାଇରସକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଜନତା କର୍ଫ୍ୟୁକୁ ଅମୋଘ ଅସ୍ତ୍ର କରିଛନ୍ତି। ଏହାକୁ ସମର୍ଥନ କରି ସାରା ଦେଶ ୨୨ ମାର୍ଚ୍ଚରେ ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ ପାଳନ କରୁଛି। ଏହି କର୍ଫ୍ୟୁ ବେଳେ ସମସ୍ତ ଲୋକ ଘର ଭିତରେ ରହିଛନ୍ତି।

ଆହୁରି ପଢ଼ନ୍ତୁ

ଆନ୍ଦୋଳନକାରୀ କହିଛନ୍ତି, ସିଏଏ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ସ୍ଥାନକୁ କେହି ଆସିପାରୁ ନାହାନ୍ତି।

ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ୍ ହୋଇଥିବା ମହିଳା ହିନା ଅହମ୍ମଦ କହିଛନ୍ତି, ସରକାରଙ୍କ ନିୟମକୁ ସେମାନେ ପାଳନ କରୁଛନ୍ତି। ଭିଡ଼ ଗୋଟାଇବାକୁ ତାଙ୍କ ପାଖରେ ଅନୁମତି ନାହିଁ। ତେଣୁ ଧାରଣାସ୍ଥଳରେ ସାଙ୍କେତିକ ଭାବରେ ସେମାନେ ନିଜ ନିଜର ଚପଲ ଓ ଜୋତାକୁ ଧାରଣାସ୍ଥଳରେ ରଖିଛନ୍ତି।

ବିକ୍ଷୋଭକାରୀ ଆସିଫ କହିଛନ୍ତି, ଶାହୀନବାଗରେ ଆନ୍ଦୋଳନ ଚାଲିଛି। ବର୍ତ୍ତମାନର ନିୟମ ଅନୁଯାୟୀ ଧାରଣାରେ କେବଳ ୫ ଜଣ ବସିପାରିବେ। ଏହାବାଦ ଆନ୍ଦୋଳନକାରୀ ମାନେ କରୋନା ମୁକାବିଲା ପାଇଁ ସମସ୍ତ ସତର୍କତା ଅବଲମ୍ୱନ କରୁଛନ୍ତି। ଧାରଣା ସ୍ଥଳକୁ ପରିଷ୍କାର ରଖିବା ସହିତ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରାଯାଉଛି ବୋଲି ଆନ୍ଦୋଳନକାରୀ ରମେଜ ରାଜା କହିଛନ୍ତି। ଲୋକଙ୍କ ଭିଡ଼କୁ ମଧ୍ୟ ଜମା ହେବାକୁ ଦିଆଯାଉ ନାହିଁ ବୋଲି ସେ କହିଛନ୍ତି।

[ad_2]
Show More
Back to top button