ଜଙ୍ଗଲରେ ନିଆଁ ଲଗାଇ ବନ୍ଧା ହେଲେ

ଫୁଲବାଣୀ (ସତ୍ୟଶିଖା): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ବନ ବିଭାଗର କର୍ମଚାରୀ। ଅଭିଯୁକ୍ତମାନେ ହେଲେ ଗୁଜର ଦିଗାଲ ଏବଂ ରେଂଟୁ କହଁର। ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନା ଅନୁସାରେ, ଗତକାଲି ନୂଆପଦର ସେକ୍ସନର ବନ କର୍ମଚାରୀମାନେ ସାଡ଼ିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ସେମାନେ ଗୁଜର ଜଙ୍ଗଲରେ ନିଆଁ ଲଗାଉଥିବା ଦେଖି ତାଙ୍କୁ ଗିରଫ କରିଥିଲେ।

ସେହିପରି ଗୁଚ୍ଛାପଡ଼ା ସଂରକ୍ଷିତ ଜଙ୍ଗଲରେ ରେଂଟୁ ଛଅଟି ପଏଣ୍ଟରେ ନିଆଁ ଲଗାଇବା ଅଭିଯୋଗରେ ବନ ବିଭାଗ କର୍ମଚାରୀ ତାଙ୍କୁ  ଗିରଫ କରିଥିଲେ।

[ad_2]
Exit mobile version