ଜଙ୍ଗଲରୁ ଅର୍ଦ୍ଧ ଦଗ୍ଧ କଙ୍କାଳ ଉଦ୍ଧାର

କଣ୍ଟାବାଞ୍ଜି (ସତ୍ୟଶିଖା): ବଲାଙ୍ଗିର  ଜିଲ୍ଲା ତୁରେକେଲା ବ୍ଳକ୍‌ ଅନ୍ତର୍ଗତ ମହଁଖଣ୍ଡ ଛତ୍ରଦାଣ୍ଡି ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ କଙ୍କାଳ ଗତକାଲି  ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ

 ସ୍ଥାନୀୟ ଲୋକଙ୍କ  ନିକଟରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ। 

 ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ  ହତ୍ୟା ପରେ ତାଙ୍କୁ କେହି ପୋଡ଼ିବାକୁ ଚେଷ୍ଠା କରି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଜଙ୍ଗଲରେ ଫୋପାଡ଼ି ଦେଇ ପଳାଇଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

[ad_2]
Exit mobile version