ରାଜ୍ୟ

‘ଛେପ ପକାଇଲେ କିମ୍ବା ମାସ୍କ ନ ପିନ୍ଧିଲେ ଜରିମାନା ସହ ଗିରଫ କରାଯିବ’

ଭୁବନେଶ୍ୱର(ସତ୍ୟଶିଖା): କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏହାକୁ ରୋକିବାକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଜୁନ୍‌ ପହିଲାରୁ ଲକ୍‌ଡାଉନ୍‌ ହଟିଯାଇଥିବା ବେଳେ ଯାତାୟତକୁ କୋହଳ କରି ଦିଆଯାଇଛି। ଏପରି ସ୍ଥିତିରେ ସଂକ୍ରମଣ ବଢ଼ିବା ଆଶଙ୍କା  ଥିବା ବେଳେ ଆବଶ୍ୟକ ନ ଥିଲେ ବାହାରେ ନ ବୁଲିବାକୁ ପରାମର୍ଶ ଦେଇଛନ୍ତି ପୁଲିସ୍‌ ଡିଜି ଅଭୟ।

ଆହୁରି ପଢ଼ନ୍ତୁ

ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କିମ୍ବା ମାସ୍କ ନ ପିନ୍ଧି ବାହାରେ ବୁଲିଲେ ଅଧିକ ଜରିମାନା  ଦେବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ଏପରିକି ନିୟମ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ପ୍ରଥମ ଓ ୨ୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ। ତୃତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ି଼ବ । ଏପରିକି ମାସ୍କ ନପିନ୍ଧିଲେ ଜରିମାନା ସହ ଏପିଡେମିକ ଆକ୍ଟ  ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ବି କରାଯିବ କହିଛନ୍ତି ଡିଜିପି ଅଭୟ।

[ad_2]
Show More
Back to top button