ମୁମ୍ବାଇ ଏୟାରପୋର୍ଟ ସ୍କାମ: ଜିଭିକେ ଗ୍ରୁପର ଅଧ୍ୟକ୍ଷ ଓ ପୁଅଙ୍କ ନାଁରେ ସିବିଆଇ ମାମଲା


ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟର ବିକାଶ ପାଇଁ ଆସିଥିବା ଟଙ୍କାକୁ ବେଆଇନ ଭାବେ ହେରଫେର କରିଥିବା ଅଭିଯୋଗରେ ସିବିଆଇ ଜିଭିକେ ଗ୍ରୁପ୍ର ଅଧ୍ୟକ୍ଷ ଜିଭିକେ ରେଡ୍ଡୀ ଓ ତାଙ୍କ ପୁଅ ସଞ୍ଜୟ ରେଡ୍ଡୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ୪ ଦିନ ତଳେ ବାପା-ପୁଅଙ୍କ ନାଁରେ ମାମଲା ରୁଜୁ କରିବା ପରେ ସିବିଆଇ ଏବେ ରେଡ୍ଡୀ ପରିବାରର ମାଲିକାନାରେ ଥିବା ହାଇଦ୍ରାବାଦ ଓ ମୁମ୍ବାଇର ବିଭିନ୍ନ ସଂସ୍ଥାଗୁଡ଼ିକ ଉପରେ ଚଢ଼ଉ କରିଛି।
ଏଫଆଇଆର ଅନୁଯାୟୀ, ଜିଭିକେ ଗ୍ରୁପ୍ ଏୟାରପୋର୍ଟ ଅଥୋରିଟିଟ ଅଫ ଇଣ୍ଡିଆର କିଛି ଅଧିକାରୀଙ୍କୁ ହାତ କରି ମୁମ୍ବାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟର ବିକାଶ କରିବା ପାଇଁ ଆସିଥିବା ଟଙ୍କାକୁ ହେରଫେର କରିଛି। ପ୍ରାୟ ୭୫୦ କୋଟି ଟଙ୍କାର ହେରଫେର ହୋଇଥିବା ସିବିଆଇ କହିଛି।
ଏଥିପାଇଁ ସିବିଆଇ ୧୪ ଜଣ ବ୍ୟକ୍ତି ଓ ସଂସ୍ଥା ନାଁରେ ମାମଲା ରୁଜୁ କରିଛି। ଜିଭିକେ ଏୟାରପୋର୍ଟ ହୋଲଡିଂ ଲିଃ, ଏମଆଇଏଏଲ, ଜିଭିକେ ଗ୍ରୁପ୍ ଚେୟାରମ୍ୟାନ ଜିଭିକେ ରେଡ୍ଡୀ ଓ ପୁଅ ସଞ୍ଜୟ ରେଡ୍ଡୀଙ୍କ ଭଳି ସଂସ୍ଥା ଏବଂ ବ୍ୟକ୍ତିଙ୍କ ନାଁ ରହିଛି।
ଆହୁରି ପଢ଼ନ୍ତୁ
ସିବିଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଘଟଣାର ତଦନ୍ତ କରୁଥିବା ସିବିଆଇର ଏକାଧିକ ଟିମ ବୁଧବାର ହାଇଦ୍ରାବାଦ ଓ ମୁମ୍ବାଇର ଏକାଧିକ ସ୍ଥାନରେ ଚଢ଼ଉ କରିଛନ୍ତି। ତେବେ ରେଡ୍ଡି ପରିବାର ସଦସ୍ୟଙ୍କ ଘରେ କୌଣସି ପ୍ରକାରର ରେଡ୍ ହୋଇନାହିଁ। କିନ୍ତୁ ଏଫଆଇଆରରେ ଥିବା କମ୍ପାନୀଗୁଡ଼ିକରେ ଚଢ଼ଉ କରାଯାଇଥିଲା।
ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ଜିଭିକେ ଗ୍ରୁପ୍ ଦ୍ୱାରା ପରିଚାଳିତ ଜିଭିକେ ଏୟାରପୋର୍ଟ ହୋଲଡିଂ ଲିଃ ଓ ମୁମ୍ବାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିଃକୁ ଏକ ମିଳିତ ପ୍ରକଳ୍ପ ଦାୟିତ୍ୱ ଦେଇଥିଲା। ପିପିଇ ମୋଡରେ ମୁମ୍ବାଇ ଏୟାରପୋର୍ଟର ଆଧୁନିକରଣ କରିବାକୁ ସମସ୍ତ ପ୍ରକାରର ଯୋଜନା ହୋଇଥିଲା। ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ୨୦୦୬ ମସିହା ଏପ୍ରିଲ ୪ରେ ମୁମ୍ବାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିଃ ସହ ଏକ ବୁଝାମଣା କରିଥିଲା।
ତେବେ ଜିଭିକେ ଗ୍ରୁପ୍ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର କିଛି କର୍ମଚାରୀଙ୍କୁ ହାତ କରି ପ୍ରାୟ ୭୫୦ କୋଟି ଟଙ୍କା ଲୁଟି ନେଇଥିଲା।
ଆହୁରି ପଢ଼ନ୍ତୁ
[ad_2]