ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ୨୩୬ ଓମିକ୍ରନ ଆକ୍ରାନ୍ତ; ସୁସ୍ଥ ୧୦୪

ସତ୍ୟଶିଖା(ନୂଆଦିଲ୍ଲୀ) ୨୩.୧୨.୨୦୨୧:  ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କୋଭିଡ-୧୯ର ନୂଆ ପ୍ରକରଣର ଓମିକ୍ରନରେ ଭାରତରେ ଏପର୍ଯ୍ୟନ୍ତ ୨୩୬ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୪ ଜଣ ସୁସ୍ଥ ହୋଇସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୬୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୬୪ ଜଣଙ୍କୁ ଚିହ୍ନଟ କରାଯାଇସାରିଛି। ସେହିଭଳି ତେଲେଙ୍ଗାନା ୨୪, ରାଜସ୍ଥାନ ୨୧, କର୍ଣ୍ଣାଟକ ୧୯, କେରଳରେ ୧୫ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଗୁଜରାଟ ୧୪, ଜମ୍ମୁ କାଶ୍ମୀର ୩, ଆନ୍ଧ୍ରପ୍ରଦେଶ ୨, ଓଡ଼ିଶା ୨, ଉତ୍ତର ପ୍ରଦେଶ ୨, ଚଣ୍ଡିଗଡ, ଲଦାଖ, ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ବିଦେଶ ଫେରନ୍ତା ବୋଲି ଜଣାଯାଇଛି। ଇତିମଧ୍ୟରେ ଓମିକ୍ରନ ପ୍ରକରଣକୁ ହାଲୁକାରେ ନନେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଇଛି। ବିଶ୍ୱବାସୀ କୋଭିଡ ନିୟମାବଳୀ କଡାକଡି ଭାବରେ ମାନିବାକୁ ବିଶ୍ୱ ସ୍ୱାସ୍ଥ୍ର୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Show More
Back to top button